ଉପାନ୍ତ ଖବର ର ମହା ପ୍ରଭାବ ଖବର ବାଜିଲା ରାସ୍ତା କାର୍ଯ୍ୟ ଆରମ୍ଭ ହେଲା ..
ଗୁଣୁପୁର, ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଲାଗି ରହିଥିଲା । ଫଳରେ ସହରର ନୀଳାଦ୍ରି ବିହାର, ବଳରାମ ନଗର, ବାଇପାସ ଛକ ଅଞ୍ଚଳରେ ପାଣି ନିଷ୍କାସନ ହୋଇ ନ ପାରି ଲୋକେ ଜଳବନ୍ଦୀ ହୋଇ ରହିଥିଲେ । ବିପର୍ଯ୍ୟସ୍ତ ଡ୍ରେନେଜ ସମସ୍ୟା, ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରୁ ବାଦ ପଡି ନଥିଲେ । ଏହି ଖବର ଉପାନ୍ତ ଖବର ଲାଇଭ ରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଆଜି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଯନ୍ତ୍ରୀ ଘଟଣା ସ୍ଥଳକୁ ଆସି ସମସ୍ୟାର ଅନୁଧ୍ୟାନ କରିଥିଲେ । ତୁରନ୍ତ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଡ୍ରେନେଜ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏକ ନମ୍ବର ୱାର୍ଡ କାଉନ୍ସେଲର ଦେବୀ ଆଚାର୍ଯ୍ୟ, ନୀଳାଚଳ ମିଶ୍ର ବିଘ୍ନ ପାଣିଗ୍ରାହୀ, ଭାଲୁ ପଟ୍ଟନାୟକ, ତପନ ତୁଳ, ରବି ଶବର, କାଳିଆ ଦାସ, ବିଷ୍ଣୁ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।(ସୁରେନ୍ଦ୍ର ମହାନ୍ତି )