August 25, 2026

ଆନ୍ଧ୍ର କୁ ଚୋରା କାଠ ଚାଲାଣ : ମାଡ଼ି ବସିଲା ବନ ବିଭାଗ

IMG-20240814-WA0028
Share

 

ଗୁଣପୁର ,  ଆନ୍ଧ୍ରପ୍ରଦେଶ କୁ ହେଉଥିଲା ମୂଲ୍ୟବାନ କାଠ ଚୋରା ଚାଲାଣ । ମାଲେମାଲ ହେବା ଲକ୍ଷ୍ୟ ନେଇ ଜଙ୍ଗଲ ରୁ ମୂଲ୍ୟବାନ କାଠ ଆନ୍ଧ୍ରପ୍ରଦେଶ କୁ ଚୋରା ଚାଲାଣ କରିବା ପାଇଁ କାଠ ମାଫିଆ କରୁଥିଲେ ଷଡଯନ୍ତ୍ର । ରାୟଗଡା ଜିଲ୍ଲା ଗୁଣୁପୁର ବନ ବିଭାଗ ଚୋରା କାଠ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ଏକ ପିକଅପ ଭ୍ୟାନ ଗାଡ଼ିକୁ ମଧ୍ୟ ଜବତ କରି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି । ଜବତ ହୋଇଥିବା ୩୦ଟି କାଠଗଣ୍ଡି ୩୮୦୯ ସିଏଫଟି ହେବ ବୋଲି କୁହାଯାଇଛି; ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ। ଗୁଣୁପୁର ବ୍ଳକ ଦୁର୍ଗମ ମରମା ପଞ୍ଚାୟତ ଗୁମୁରିଗୁଡ଼ା ଅଞ୍ଚଳରୁ ଆନ୍ଧ୍ରର କରୁଛ କୁ କାଠ ଚୋରା ଚାଲାଣ ହେଉଥ‌ିବା ଖବର ପାଇ ବନ ବିଭାଗ ମଙ୍ଗଳବାର ଚଢଉ କରିଥିଲା। ଗାଡ଼ି ଚାଳକ ଏନ କୁମାର ସ୍ବାମୀଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ରେଞ୍ଜର ଗଙ୍ଗାଧର ମିଶ୍ର, ଫରେଷ୍ଟର ଶିବାନୀ ପାତ୍ର, ଗାର୍ଡ ସସ୍ମିତା ପାତ୍ର, ସ୍ୱପ୍ନା କୁମାରୀ ଚାଉରୀ ଏବଂ ରାମ ନାୟକ ପ୍ରମୁଖ ଚଢଉରେ ସାମିଲ ଥିଲେ।(ସୁରେନ୍ଦ୍ର ମହାନ୍ତି )