November 15, 2024

ତୃତୀୟ ଶ୍ରୀକ୍ଷେତ୍ର ଜାତୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ..

Share

ଜିଲ୍ଲା ସଂସ୍କୃତି ଭବନ, ପୁରୀ ଠାରେ ତୃତୀୟ ଶ୍ରୀକ୍ଷେତ୍ର ଜାତୀୟ ସାହିତ୍ୟ ମହୋତ୍ସବ ର ପ୍ରଥମ ଦିବସ ଖୁବ୍ ସୁନ୍ଦର୍ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି ! ସାହିତ୍ୟ ସଂସ୍କୃତି ସମାରୋହ ର ସମ୍ପାଦକ ଶ୍ରୀ ପ୍ରଣବ ଛୋଟରାୟ ପ୍ରାରମ୍ଭିକ ସୂଚନା ଏବଂ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ ।

ଡଃ ପ୍ରସନ୍ନ ପାଟ୍ଟଶାଣୀ,ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଡଃ ଫଣୀ ମହାନ୍ତି, ଡଃ ପ୍ରଫୁଲ୍ଲ ମହାନ୍ତି,ଇଂ ଜାମିନୀ କାନ୍ତ ଦାଶ,ଇଂ ଗୈାର ଚନ୍ଦ୍ର ମହାପାତ୍ର, ସାହିତ୍ୟ ସଂସ୍କୃତି ଉପରେ ବକ୍ତବ୍ୟ ପ୍ରଦାନ କରି ଏହି ପରି ବହୁ ଭାଷୀ ଜାତୀୟ ମହୋତ୍ସବ ଦ୍ୱାରା ଆଗାମୀ ଦିନରେ ଅନେକ କବି ଓ ସାହିତ୍ୟିକ ସୃଷ୍ଟି ହେବେ ବୋଲି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଏକ ସ୍ମରଣିକା ୨୦୨୪ ଉନ୍ମୋଚନ କରାଯାଇଥିଲା । ଆଜି ର ମୂଖ୍ୟ ଅତିଥି ଶତାୟୁ ପୁରୁଷ ପଦ୍ମଶ୍ରୀ ଡଃ.ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଭିଭାଷଣ ଖୁବ୍ ଉଚ୍ଚକୋଟୀର ଥିଲା ! ଏଭଳି ଏକ ସୁନ୍ଦର୍ ଏଵଂ ଆକର୍ଷଣୀୟ କାର୍ଯକ୍ରମ ପୁରୀ ଠାରେ ଆୟୋଜନ କରିଥିବାରୁ ସମସ୍ତ କବି କବୟିତ୍ରୀ ମାନେ ନିଜକୁ ଗର୍ବିତ ଅନୁଭବ କରିଥିଲେ ।

ଏହା ପୂର୍ବରୁ ପ୍ରଦୀପ ପ୍ରଜ୍ବଳନ ଏବଂ ଉତ୍କଳ ସଂଗୀତ ଗାନ କରାଯାଇଥିଲା । ଏଥିରେ କବି- କବିୟତ୍ରି ସୌଦାମିନୀ ସାମନ୍ତରାୟ,ଭାରତୀ ଭୂଷଣ ପଟ୍ଟନାୟକ, ଶକୁନ୍ତଳା ମହାନ୍ତି, ବିନୋଦିନୀ ନାଥ,ମମିତା ଷଡ଼ଙ୍ଗୀ, ପ୍ରଜ୍ଞା ମହାନ୍ତି,ସାଗରୀକା ମହାପାତ୍ର ଗାନ କରିଥିଲେ ।

କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଡାକ୍ତର ସୋନାଲି ସାହୁ ।

ଦ୍ଵିତୀୟ ଅଧିବେଶନ- କବିତା ଆସର କାର୍ଯ୍ୟକ୍ରମ ରେ ସଭାପତି ଗୈାର ଚନ୍ଦ୍ର ମହାପାତ୍ର,କବୟିତ୍ରୀ ସର୍ମିଷ୍ଠା ପଲେଇ, ସୈ।ଦାମିନୀ ସାମନ୍ତରାୟ ,ମାଧୁରୀ ପଟ୍ଟନାୟକ,ବିଦ୍ୟୁତ ଲତା ଭୁୟାଁ, ସଂଯୁକ୍ତା ପରିଡା ଆଦି ମଞ୍ଚାସିନ ରହି ଶହେତମ କବିତାଞ୍ଜଳୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏ ସମସ୍ତ କାର୍ଯ୍ୟକ୍ରମ କବି ବଟକୃଷ୍ଣ ପଣ୍ଡା ଙ୍କ ଦ୍ଵାରା ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା ।

ଆଜିର କାର୍ଯ୍ୟକ୍ରମ ଶେଷରେ ଡଃ ଜାମିନୀ କାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ