August 30, 2026

ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଜେ.ସୋନାଲ ଙ୍କ ମା ଶାରଳା ମନ୍ଦିର ଦର୍ଶନ   

Share

 

 

ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଅନୁପମ ଶାହା,ମୂଖ୍ୟମନ୍ତ୍ରୀ ଙ୍କ ଅତିରିକ୍ତ ସଚୀବ ଭାବରେ ଯୋଗଦେବା ପରେ, ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଠପ୍ ହୋଇଯାଇଥିଲା । ଏଥି ନିମନ୍ତେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ, ବୌଦ୍ଧ ର ଜିଲ୍ଲାପାଳ ଜେ. ସୋନାଲ ଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିଲା । ଗତ ଶୁକ୍ରବାର ଦିନ ସେ ଜଗତସିଂହପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ, ପାରମ୍ପରିକ ରିତିରେ, ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ଦର୍ଶନ ନିମନ୍ତେ, ସନ୍ଧ୍ୟା ସମୟରେ ସାରଳାଙ୍କ ପୀଠରେ ପହଞ୍ଚିବା ପରେ ତାଙ୍କୁ ସାରଳା ମନ୍ଦିର ପ୍ରଶାସନ ଓ ମାଆଙ୍କ ସେବାୟତ ମାନେ ସ୍ୱାଗତ କରି , ମନ୍ଦିର ବେଢ଼ା ଭିତରକୁ ପାଛୋଟି ନେଇଥିଲେ। ସେଠାରେ ସେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ବେଢ଼ା ପରିକ୍ରମା କରିବା ସମୟରେ ସେବାୟତ ମାନେ ତାଙ୍କୁ ମାଆଙ୍କ ଉତ୍ତରୀୟ, ପ୍ରସାଦ ଓ ଆଜ୍ଞାମାଳ ଅର୍ପଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ ସାରଳା ମନ୍ଦିର ପରିଚାଳନା ସମିତି ର ସଭାପତି ହୋଇଥିବାରୁ, ସ୍ୱଳ୍ପ ସମୟ ପାଇଁ, ମନ୍ଦିର କାର୍ଯ୍ୟାଳୟ ମଧ୍ୟ କରିଥିଲେ। ତାଙ୍କ ସହିତ ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ର , କନକପୁର ପୋଲିସ ଫାଣ୍ଡି ଅଧିକାରୀ, ସାରଳା ମନ୍ଦିର ଫାଣ୍ଡି ଅଧିକାରୀ, ମନ୍ଦିରର ପ୍ରସାଶନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି, ବରିଷ୍ଠ ସେବାୟତ କ୍ଷୀରୋଦ କୁମାର ରାଉଳ , ଲକ୍ଷ୍ମୀଧର ମହାପାତ୍ର , ତ୍ରିଲୋଚନ ରାଉଳ ପ୍ରମୁଖ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା । ତେବେ ମାଆଙ୍କ ପୀଠରେ ନୂତନ ଜିଲ୍ଲାପାଳ ପହଞ୍ଚିବା ମାତ୍ରେ, ବର୍ଷା ଆରମ୍ଭ ହୋଇଯାଇଥିବାରୁ ଜିଲ୍ଲାପାଳ ଙ୍କ ପାଇଁ ଓ ଜିଲ୍ଲା ପାଇଁ ଏହା ଏକ ଶୁଭ ସୂଚନା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

 

:-ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….

You may have missed