ଉପଖଣ୍ଡ ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ ସ୍ଥାନୀୟ ବିଧାୟକ ଙ୍କ ଅନୁପସ୍ଥିତି କୁ ନେଇ ସମାଜ ରେ ଅସନ୍ତୋଷ

Share

 

 

 

 

କୋଟପାଡ଼ କୋଟପାଡ଼ ବିଶ୍ୱ ଅଦବାସୀ ଦିବସ ମହା ଆଡମ୍ବର ରେ ପାଳିତ ହୋଇଯାଇଛି କେନ୍ଦୁଗୁଡା ଦଳ ମଣ୍ଡପ ଠାରୁ ଏକ ବିରାଟ ସଭା ଯାତ୍ରା ବିଭିନ୍ନ ସ୍ଲୋଗାନ ରେ ଭାହାରି ତେର ଗୋଟି ଦାବୀ ପତ୍ର ତହସିଲ ଦାର କିର୍ତ୍ତୀ ପ୍ରଧାନ ଙ୍କୁ ପ୍ରଦାନ କରା ଯାଇଛି. ଦାବିପତ୍ର ଗ୍ରହଣ ପରେ ଶ୍ରୀ ପ୍ରଧାନ ସରକାରଙ୍କୁ ପ୍ରେରଣ କରିବେ ବୋଲି ସୂଚନା ଦେଇ ଥିବା ଜଣାଯାଇଛି I ଜ଼ିଲ୍ଲା ଭତରା ବିକାଶ ପରିଷଦ ସଭାପତି ଶ୍ରୀ ନୀଳକଣ୍ଠ ପୂଜାରୀ ଏବଂ ପୂର୍ବତନ ମୁର୍ତାହାଣ୍ଡି ସରପଞ୍ଚ ଶ୍ରୀ ବାଲକୃଷ ମାଝୀ ଙ୍କ ନେତୃତ୍ୱ ରେ ଆୟଜିତ ଏହି କାର୍ଯକ୍ରମ ରେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ. ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ. ସଭ୍ୟା ଗୀତା ମାଝୀ. ପୂର୍ଣ୍ଣ ପୂଜାରୀ. ତ୍ରିନାଥ ମାଝୀ.. ମଙ୍ଗରାଜ ରନ୍ଧାରୀ. ନୀଳକଣ୍ଠ ଚାଲାଣ. ଭୀମ ମାଝୀ. ଙ୍କ ସମେତ ଅଦବାସୀ. ଭତରା,ଗଦବା. ଅମାନତ୍ୟ,ପରାଜା. କନ୍ଧ ପେଣ୍ଠିୟା. ସୌରା ,ହଲୱା. ଦୁରୁଆ ପ୍ରମୁଖ ପାଞ୍ଚ ହଜାର ରୁ ଉର୍ଦ୍ଧ ଜୟପୁର ଉପଖଣ୍ଡ ରୁ ପାଞ୍ଚ ଟି ବ୍ଲକ ରୁ ମହିଳା ପୁରୁଷ ଏହି କାର୍ଯକ୍ରମ ରେ ଯୋଗ ଦେଇ ଥିବା ଜଣା ଯାଇଛି Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା