ବିଶ୍ୱ ସ୍ତନ୍ୟପାନ ଦିବସ ଅବସରରେ କମଳା ମାତୃମଙ୍ଗଳ ଡାକ୍ତରଖାନା ରେ ଇନ୍ନର ହୁଇଲ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀ ପକ୍ଷରୁ ପୋଷଣଯୁକ୍ତ ଖାଦ୍ୟ ବଣ୍ଟନ କରାଯାଇଛି l
ବିଶ୍ୱ ସ୍ତନ୍ୟପନ ସପ୍ତାହ ଅବସରରେ କମଳା ମାତୃମଙ୍ଗଳ ଡାକ୍ତରଖାନା ରେ ଇନ୍ନରହୁଇଲ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀର ଅଧକ୍ଷା ମୁନମୁନ ଦାଶଗୁପ୍ତାଙ୍କ ଅଧକ୍ଷତା ରେ ସମ୍ପାଦିକା ମିତାଲି ଦାଶଗୁପ୍ତା, ଆଇ ପି ପି ନିରୁପମା ଷଡ଼ଙ୍ଗୀ, ପୂର୍ବତନ ସଭାପତି ଝରଣା ନାୟକ, ଦିପ୍ତିମୟୀ ଦାଶ, ଇସି ମେମ୍ବର ବନ୍ଦିତା ସାହୁଙ୍କ ସହିତ ପନ୍ଦରରୁ ଉର୍ଦ୍ଧ ସଦସ୍ୟା କମଳା ମାତୃମଙ୍ଗଳ ଡାକ୍ତରଖାନା ରେ ପହଞ୍ଚି ସ୍ତନ୍ୟପାନ କରାଉଥିବା ପଚିଶଜଣରୁ ଉର୍ଦ୍ଧ ମା ମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ବଣ୍ଟନ କରିଥିଲେ lଇନର ହୁଇଲ୍ କ୍ଳବ୍, ଶ୍ରୀ ଜଗନ୍ନାଥ ଧାମ ପୁରୀ ପକ୍ଷରୁ ସ୍ତନ୍ୟପାନ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ୭ ଅଗଷ୍ଟ ୨୦୨୪ ଦିନ ସକାଳ ୧୦.୩୦ଟାରେ କ୍ଳବ୍ ର ସଦସ୍ୟମାନେ ସ୍ତନ୍ୟପାନ କରାଉଥିବା ମାଆମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ବଣ୍ଟନ କରିବା ସହ ମାଆ ଓ ଶିଶୁ ପାଇଁ ସ୍ତନ୍ୟପାନର ଗୁରୁତ୍ୱ ଏବଂ ମାଆ କ୍ଷୀରର ପୌଷ୍ଟିକ ଉପାଦେୟତା ବିଷୟରେ ବୁଝାଇଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ