June 1, 2025

କୋକୋ ସୁବଳିୟା ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଆନ୍ଦୋଳନ..

Share

 

ଛତ୍ରପୁର(ଅରୁଣ କୁମାର ପଣ୍ଡା )ଗଞ୍ଜାମ ବ୍ଲକ ସୁବଳୟା ନିକଟରେ ଥିବା କୋକୋ ସୁବଳୟା ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ କରିବା ସହ ଆନ୍ଦୋଳନ କରିଛନ୍ତି l ଏହି ପମ୍ପ ୨୦୧୭ ମସିହାରୁ ଇଣ୍ଡିଆନ ଅଏଲ କମ୍ପାନୀ କୋକୋ ସୁବଳୟା ନାମରେ ଏକ ପେଟ୍ରୋଲ ପମ୍ପ ଖୋଲି ସବ୍ ଡିଲରକୁ ଚୁକ୍ତି ଅନୁଯାୟୀ ପରିଚାଳନା ଦାୟିତ୍ୱ ଦେଇଥିଲା l କିନ୍ତୁ ଜୁଲାଇ ୩୧ ତାରିଖରେ ଚୁକ୍ତିନାମl ଶେଷ ହୋଇଯାଇଛି l ତେଣୁ ନୂତନ ସବ୍ ଡିଲର ପରିଚାଳନା ଦାୟିତ୍ଵଭାର ନେଇଛନ୍ତି। ତାଙ୍କର ନୀତିନିୟମ ଅନୁଯାୟୀ କର୍ମଚାରୀଙ୍କୁ ୫୦% ଛଟେଇ, ଦରମା କାଟ୍ ଭଳି ସଙ୍ଗୀନ ଅଭିଯୋଗକୁ ନେଇ କାର୍ଯ୍ୟ ବନ୍ଦ କରିବା ସହ ପେଟ୍ରୋଲ ପମ୍ପ ସମ୍ମୁଖରେ ନାରାବାଜି ଦେଇ ଆନ୍ଦୋଳନ କରିଛନ୍ତି l ଏହାର ସମାଧାନ ନ ହେବା ପଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ମାନେ l

You may have missed