November 15, 2024

ପନ୍ଦରଦିନର ନବବଧୁ ଙ୍କୁ ଶୋକ ସାଗର ରେ ଭସାଇ ସ୍ୱାମୀର ବିଶ ପିଇ ଆତ୍ମତ୍ୟା ..

Share

ଅସ୍ତରଙ୍ଗ,,ଦୁହେଁ ଦୁହିଁଙ୍କୁ ପିଲାଟି ବେଳୁ ଭଲ ପାଉଥିଲେ । ମନସ୍ଥ କରିଥିଲେ ଦୁହେଁ ଦୁହିଁଙ୍କୁ ବିବାହ କରିବେ । ଦୁହିଁଙ୍କ ଘର ଗୋଟିଏ ଗ୍ରାମ ହେଉଥିବାରୁ ପ୍ରାୟ ଦେଖା ଦେଖି ହେଉଥିବା ବେଳେ,କିଛିଦିନ ଭୁବନେଶ୍ୱର ରେ ମଧ୍ୟ ରହିଥିଲେ । କିନ୍ତୁ କଣ ହେଲା କେଜାଣି ଝିଅର ସ୍ଵାମୀ ଶୁକ୍ରବାର ଦିନ ସକାଳେ ବିଶ ପିଇ ଆତ୍ମହତ୍ୟା କରିଛନ୍ତି । ଏହିପରି ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ଥାନା ଅଧୀନ ସହନ ଗ୍ରାମରେ ।

ଘଟଣାରୁ ଜଣାଯାଏ ଯେ,ସହନ ଗ୍ରାମର ସୂର୍ଯ୍ୟେ ବେହେରା ଙ୍କ ପୁଅ ଲିପୁନ ବେହେରା ସେହି ଗ୍ରାମର ଜୈନିକ ଝିଅକୁ ଭଲ ପାଉଥିଲେ । ପୁଅ ଝିଅ କିଛିଦିନ ଭୁବନେଶ୍ୱର ରେ ରହିବା ପରେ ଭଲ ପାଇ ବାକୁ ଜୀବନ୍ତ ଦେବାପାଇଁ ଅଳ୍ପ ଦିନ ତଳେ ମଙ୍ଗଳା ମନ୍ଦିର ରେ ବିବାହ କରିଥିଲେ । ବିବାହ ସାରୀ ଭୁବନେଶ୍ୱର ଓ ପରେ ଘରକୁ ଆସିବା ରେ ,ପ୍ରେମ ବିବାହ କୁ ନେଇ ଲିପୁନ ର ପରିବାର ଭିତରେ ମତାନ୍ତର ଘଟିଥିଲା । ହେଲେ ଲିପୁନୁ ସେ ସବୁକୁ ଖାତିର ନ କରି ନୂତନ ଘର କରି ଛାତ ପକାଇବାକୁ ଯାଉଥିବା ବେଳେ, ସମୟେ ସମୟେ ପରିବାର ଭିତରେ ବିବାହ କୁ ନେଇ ମନାନ୍ତର ଓ ମତାନ୍ତର ଲାଗି ରହିଲା । କିନ୍ତୁ ଘରର ଯନ୍ତ୍ରଣା ସହିବା ଅପେକ୍ଷା ନିଜେ ଆତ୍ମହତ୍ୟା କରିବା ଶ୍ରେୟସ୍କର ବୋଲି ଭାବି ଶୁକ୍ରବାର ଦିନ ନବ ବଧୂ ଙ୍କୁ ଛାଡି ସକାଳେ ବିଶ ପିଇ ଆତ୍ମହତ୍ୟା କରିଛନ୍ତି ଲିପୂନ । ପରିବାର ଲୋକ ଲିପୁନ ର ଏହି ଅବସ୍ଥା ଦେଖିଲା ପରେ ଅସ୍ତରଙ୍ଗ ଡାକ୍ତଖାନା କୁ ଆଣିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରି ଶବକୁ ପୋଲିସ କୁ ହସ୍ତାନ୍ତର କରିବା ପରେ, ପୋଲିସ ସହନ ଗ୍ରାମରେ ପହଞ୍ଚି ବିସ ବୋତଲ ଜବତ କରିବା ସହ,ସବ ବ୍ୟବଚ୍ଛେଦ ନିମନ୍ତେ ଚରିଛକ ଡାକ୍ତର ଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।

ଦୁଃଶାସନ ନାୟକ,ଅସ୍ତରଙ୍ଗ