ପି ଏମ ଶ୍ରୀ କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟ ଛାତ୍ର ସାଇ ସାତ୍ତ୍ଵିକଙ୍କ କୃତିତ୍ୱ ..
କଥାରେ ଅଛି ତୁଳସୀ ଦୁଇପତ୍ର ରୁ ବାସେ ଠିକ ସେହିପରି ସାଇ ସାତ୍ତ୍ଵିକ ମହାପାତ୍ର ଏବେ ସମଗ୍ର ଅଞ୍ଚଳରେ ପରିଚିତ l ଏବେ ସିଏ ୮ମ ଶ୍ରେଣୀ ଛାତ୍ର ଅଧୟନ କରୁଛନ୍ତି l ୩ ବର୍ଷ ହେଲା କ୍ରମାଗତ ଭାବରେ ଓଡ଼ିଶା ରାଜ୍ୟ ତଥା ସମସ୍ତ ଭାରତରେ ଚମ୍ପିୟନ ହୋଇ ଆସୁଛନ୍ତି.[UCMAS MENTAL ARITHMETIC ] ଚଳିତ ବର୍ଷ ୨୦୨୪ – ୨୫ ରେ UCMAS ODISHA ତରଫରୁ ଭୁବନେଶ୍ୱର ସ୍ଥିତ କିଟ୍ କ୍ୟାମସ ରେ ଆୟୋଜିତ ପରୀକ୍ଷାରେ ଭାଗ ନେଇ ସମସ୍ତ ଓଡ଼ିଶାରେ ଚମ୍ପିୟନମାନଙ୍କର ଚମ୍ପିୟନ ହୋଇଛନ୍ତି l ପିଲାଟି ଦିନରୁ ପାଠ ପଡିବା ସହିତ ଅସାଧ୍ୟ ଗଣିତ କୁ ସରଳ ଉପରେ ସମାଧାନ କରିବା ତାଙ୍କର ଗୋଟେ ନିଶା l ପ୍ରଥମେ ଓଡିଶା ଆଦର୍ଶ ବିଦ୍ୟାଳୟ ଚୟନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ପି ଏମ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷାରେ କୃତିତ୍ୱ ଲାଭ କରିବାରୁ କୋଣାର୍କ ରେ ନାମ ଲେଖାଇଥିଲେ l ବ୍ଲକ ସ୍ତରୀୟ ଠାରୁ ଜିଲ୍ଲାସ୍ତରୀୟ ବିଭିର୍ନ୍ନ ପ୍ରତିଯୋଗୀତା ରେ ଭାଗ ନେଇ ନିଜ ବିଦ୍ୟାଳୟ ଓ ଅଞ୍ଚଳ ର ଏବଂ ପିତାମାତା ଙ୍କର ନାମ ରଖିଛନ୍ତି l ତାଙ୍କ କୃତିତ୍ୱ ର ସମସ୍ତ ଶ୍ରେୟ ତାଙ୍କର ମା ସବିତାଗ୍ରଣୀ ମହାପାତ୍ର ଓ UCMAS ODISHA ଏବଂ ପି ଏମ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦେଇଛନ୍ତି । ବର୍ତମାନ ସେ ବିଦ୍ୟାଳୟ ରେ ମଣିଷ ଗଣନାଯନ୍ତ୍ର (HUMAN CALCULATOR) ଭାବେ ସାଙ୍ଗ ମହଲରେ ବେଶ ପରିଚିତ। ପିତା ମନୋରଞ୍ଜନ ମହାପାତ୍ର ଜଣେ ହୋମପାତିକ ଡାକ୍ତର ଭାବେ ଚାରିଛକ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ( ମୁନ୍ନା ସାର) ଭାବେ ପୁରୀ ଜିଲ୍ଲାରେ ବେଶ ପାରିଛନ୍ତି l ପୁରୀ ଜିଲ୍ଲା ର ଗୋପ ବ୍ଲକ ଅନ୍ତର୍ଗତ ନାଗପୁର ନିବାସୀ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ତ୍ରିଲୋଚନ ମହାପାତ୍ର ଙ୍କର ନୀତି ଅଟନ୍ତି। ୨୪-୨୫ ରେ ହେବାକୁ ଥିବା ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗୀତା ରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଥିବରୁ ସମଗ୍ର ଅଞ୍ଚଳରୁ ଶୁଭେଚ୍ଛା ର ସୁଅ ଛୁଟିଛି ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ