November 25, 2024

କାଠ ବୋଝେଇ ଟ୍ରକ ଜବତ , ଡ୍ରାଇଭର ଓ ହେଲପର ଗିରଫ 

Share

ବୁଗୁଡା : ତା ୩୧/୦୭/୨୪ : ସଂପ୍ରତି ବୁଗୁଡ଼ା ବନାଞ୍ଚଳରେ କାଠ ମାଫିଆଙ୍କ ସକ୍ରିୟତା ଏବଂ ବନ ବିଭାଗର ନିଷ୍କ୍ରିୟତାକୁ ନେଇ ସାଧାରଣରେ ସମାଲୋଚନା ହୋଇଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ କାଠ ବୋଝେଇ ଏକ ଟ୍ରକକୁ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ସ୍ଥାନୀୟ ବନ ବିଭାଗ ଓଆର୍ କେସ୍ ନଂ ୯୦/୨୪-୨୫ରେ ମାମଲା ରୁଜୁ କରିଥିବା ବେଳେ ଗିରଫ ଅଭିଯୁକ୍ତ ଦ୍ବୟ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଗ୍ରାମର ଜିତେନ୍ଦ୍ର ମହାନ୍ତି ଓ ସନ୍ତୋଷ ଗୌଡ ବୋଲି ଜଣାଯାଇଛି । ପ୍ରକାଶ ଯେ , ସ୍ଥାନୀୟ କାଠ ମାଫିଆଙ୍କ ସହାୟତାରେ ବୁଗୁଡା ବନାଞ୍ଚଳରୁ ବ୍ଯାପକ କାଠ ଚୋରା ଚାଲାଣ ହୋଇଆସୁଥିଲା ବେଳେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ମୋଟାବାଡି ଗାଁ ଛକରେ କାଠ ବୋଝେଇ ଦଶ ଚକିଆ ଏକ ଟ୍ରକ(ନଂ-ଏପି ୧୬ ଟି – ୬୭୯୧)କୁ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ଗିରଫ କରାଯାଇଥିଲା । ଜବତ ଟ୍ରକରେ ୨ ଲକ୍ଷ ଟଙ୍କାର ସାହାଜ , ନିମ୍ବ , ମୋହି , ଆକାଶିଆ ଓ ୟୁକାଲିପଟାସ୍ ଆଦି କାଠ ବୋଝେଇ ହୋଇଥିଲା । ଗିରଫ କାଠ ଚୋର ଦୁଇ ଜଣଙ୍କୁ ଆଜି ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନେ ଏହି ଅଞ୍ଚଳର କେଉଁ ମାଫିଆଙ୍କ ସହଯୋଗରେ ଏଭଳି କାଠ ଚୋରା ଚାଲାଣ କରୁଥିଲେ ତାହାର ପର୍ଦ୍ଦାଫାସ ହୋଇପାରି ନଥିବାରୁ ସ୍ଥାନୀୟ ବନ ବିଭାଗର କର୍ତ୍ତବ୍ୟନିଷ୍ଠା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଜଣାଯାଇଛି ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed