October 6, 2024

ସମସ୍ୟା ଘେର ରେ କରତାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

Share

ଛତ୍ରପୁର -୨୯/୭/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ପଂଚାୟତ ର କରତାଳି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନାହିଁ ନଥିବା ଅସୁବିଧା ଦେଖା ଦେଇଛି। ଏହି ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରେ ୨୫ଜଣ, ଦୃତୀୟ ଶ୍ରେଣୀ ରେ ୨୩ଜଣ, ତୃତୀୟ ଶ୍ରେଣୀ ରେ ୨୯ଜଣ, ଚତୁର୍ଥ ଶ୍ରେଣୀ ରେ ୪୪ଜଣ, ପଞ୍ଚମ ଶ୍ରେଣୀ ରେ୩୦ଜଣ, ଷଷ୍ଟ ଶ୍ରେଣୀ ରେ ୫୯ଜଣ, ସପ୍ତମ ରେ ୭୩ଜଣ ଓ ଅଷ୍ଟମ ଶ୍ରେଣୀରେ ୮୦ଜଣ ଅଧୟନ କରୁଛନ୍ତି। ସମୁଦାୟ ୩୬୩ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ସରକାର ଙ୍କ ନିୟମ ଅନୁଯାଇ ୧୨ଜଣ ଶିକ୍ଷକ ସ୍ଥାନରେ ମାତ୍ର ୭ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ଏହି ସ୍କୁଲ ଟିରେ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଖାଲି ରହିଛି ଅତିରିକ୍ତ ଶ୍ରେଣୀ ଗୃହ ନଥିବା ଯୋଗୁଁ ଚତୁର୍ଥ ଓ ପଞ୍ଚମ ର ଛାତ୍ର ଛାତ୍ରୀ ଗୋଟାଏ ଶ୍ରେଣୀ ଗୃହରେ ପଢ଼ନ୍ତି ଯାହାଦ୍ଵାରା ଶିକ୍ଷଦାନ ବାଧା ପ୍ରାପ୍ତ ହୋଇଥାଏ। ତେଣୁ ଏହି ଶିକ୍ଷା ଅନୁଷ୍ଠାନ ଅତିରିକ୍ତ ଶ୍ରେଣୀ ଗୃହ, ପ୍ରାଚୀର ନିର୍ମାଣ କରାଯିବା ପାଇଁ ଜିଲ୍ଲା ପ୍ରଶାସନ, ସରକାର ର ବିଧାୟକ ଓ ସାଂସଦ ଙ୍କୁ ଗ୍ରାମ ବାସୀଙ୍କ ତରଫରୁ G. ରଘୁନାଥ ରେଡ୍ଡୀ, ସେନାପତି ନାହାକ, ସଞ୍ଜୟ କୁମାର ନାହାକ, ବୁଦ୍ଧିଆ ସେଠି, ରବୀନ୍ଦ୍ର ନାହାକ, ବେଣୁଧର ବେହେରା, ହେମନ୍ତ କୁମାର ନାହାକ ପ୍ରମୁଖ ଦାବି ଜଣାଇଛନ୍ତି ଏବଂ ଆଗାମୀ ଦିନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ସାକ୍ଷାତ କରି ସମସ୍ୟା ବିଷୟ ରେ ଅବଗତ କରିବେ ବୋଲି ଗ୍ରାମବାସୀ ସ୍କୁଲ କମିଟି ଜଣାଇଛନ୍ତି