ଆଜିର ଖବର..
୧-BSKY-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଦ୍ବନ୍ଦ:ଅନ୍ଧାରରେ ହିତାଧୀକାରୀ, ଡାକ୍ତରଖାନା କର୍ତ୍ତୃପକ୍ଷ।
୨-ରାଜ୍ୟରେ ୯ଲକ୍ଷ ଯୁବକ ଯୁବତୀ ବେକାର, ନିଯୁକ୍ତି ସୂଚକାଙ୍କର ୨୨ ରାଜ୍ୟ ମଧ୍ୟରେ ପଛରେ ଓଡ଼ିଶା।
୩-ମନ୍ କି ବାତ୍ ରେ ସମ୍ବଲପୁରୀ ଶାଢ଼ିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ।
୪-ଦୋଷା-ଚାଟ୍-ଆଳୁଦମ୍-ଗୁପଚୁପ୍ ରୁ କମିଲା ଆଳୁ,ଦର ବୃଦ୍ଧି ଯୋଗୁଁ କ୍ଷତି ସହୁଛନ୍ତି ଖାଦ୍ୟ ବ୍ୟବସାୟୀ।
୫-କଟକ: ବୋର୍ଡ଼ରେ ୭୦୦ ବଦଳରେ ଅଛନ୍ତି ୧୫୦ କର୍ମଚାରୀ, ପ୍ରଶ୍ନ ପତ୍ର ପହଞ୍ଚାଉଛନ୍ତି ଠିକା କର୍ମଚାରୀ।
୬-କଟକଣା ଉଠାଉ ନାହାନ୍ତି ମମତା,ଆଳୁ ସଙ୍କଟ ଟଳୁନି, ଆସିଛି ମାତ୍ର ୨୭ ଟ୍ରକ ଆଳୁ।
୭-ବିଧାନସଭା ଅଧିବେଶନ ଚାଲୁ ରହିଥିବାରୁ ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।
୮-ଶାଶ୍ଵତ ମିଶ୍ର ହେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ, ରାଜପୁତ ରାଜ୍ୟପାଳଙ୍କ ପ୍ରମୁଖ ସଚିବ।
୯-ରାଜବ୍ୟାପୀ ଆଳୁ ହଲଚଲ୍, କୃତ୍ରିମ ଅଭାବ ଯୋଗୁଁ ଖାଉଟି କଲବଲ।
୧୦-ଭୁବନେଶ୍ୱର: ରାତି ଅଧିଆ ଚେକିଂ,୧୧୮ ଗାଡ଼ିକୁ ସିଜ୍ କଲା ପୋଲିସ,୧୫ ଜଣଙ୍କ ନାମରେ ମାମଲା ରୁଜୁ।
୧୧-ହୀରାକୁଦର ୨୦ଟି ଗେଟ୍ ଖୋଲିଲା: ଅତିରିକ୍ତ ଏସ୍ଆରସି କହିଲେ ବନ୍ୟା ଭୟ ନାହିଁ।
୧୨-ଚଢ଼ା ଦରରେ ଆଳୁ ବିକ୍ରି ବେଳେ ମନ୍ତ୍ରୀଙ୍କ ବଡ଼ ଦାବି । କହିଲେ, କିଲୋପିଛା ୩୨ ଟଙ୍କାରେ ମିଳିଲାଣି ଚାରିଆଡ଼େ ଆଳୁ । ପଶ୍ଚିମବଙ୍ଗରୁ ଆସିଛି ଟ୍ରକ।
୧୩-ରେଢାଖୋଲରେ ଡବଲ୍ ମଡ଼ର୍ର , ଶୋଇଥିବା ବେଳେ ଦମ୍ପତ୍ତିଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା।
୧୪-୩୧ରେ ପୁଣି ସୃଷ୍ଟି ହେବ ଘୂର୍ଣ୍ଣିବଳୟ,୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।
୧୫-ବୈତରଣୀ ନଦୀର ବଲ୍ଲଭିଘାଟ:ଶ୍ରାବଣରେ ଅଘଟଣ; ଜଳଲାଗି ପୂର୍ବରୁ ନଦୀରେ ବୁଡ଼ି କାଉଡ଼ିଆ ମୃତ।
୧୬-ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ ସରିଛି, ଖୁବ୍ଶୀଘ୍ର ମରାମତି କାମ ଆରମ୍ଭ କରିବ ଏଏସଆଇ : ଆଇନ ମନ୍ତ୍ରୀ
୧୭-ଛତିଶଗଡରୁ ଆସୁଛନ୍ତି, ଓଡିଶାରେ ଲୁଟୁଛନ୍ତି । ମୋ ବସରେ ଛକିଛନ୍ତି ଛତିଶଗଡ଼ି ମହିଳା ଲୁଟେରା
୧୮-ଓଡ଼ିଶାରୁ ଜମ୍ମୁ ଯିବେ ବିଏସଏଫ ଯବାନ; ଆତଙ୍କବାଦୀ ମୁକାବିଲା ଲାଗି ସରକାରୀ ସ୍ତରରେ ନିଷ୍ପତ୍ତି।
୧୯-ବଦଳିଲେ ୯ ରାଜ୍ୟର ରାଜ୍ୟପାଳ ; ସନ୍ତୋଷ ଗଙ୍ଗଓ୍ୱାର ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ, ବିଶ୍ୱଭୂଷଣଙ୍କ ସ୍ଥାନରେ ରାମେନ ଡେକାଙ୍କୁ ଛତିଶଗଡ଼ ଦାୟିତ୍ୱ।
୨୦-ନୂଆ ଦିଲ୍ଲୀ:IAS କୋଚିଙ୍ଗ ସେଣ୍ଟରରେ ପାଣି ପଶିବା ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି,ମାଲିକ ଓ ସଂଯୋଜକ ଗିରଫ।
୨୧-ପ୍ୟାରିସ୍ ଅଲିମ୍ପିକ୍ସ: ଦେଶ ପାଇଁ ପ୍ରଥମ ପଦକ ଆଣିଲେ ମନୁ ଭାକର।
୨୨-ଟି-୨୦ ମହିଳା ଏସିଆ କପ୍: ଭାରତକୁ ହରାଇ ଇତିହାସ ରଚିଲା ଶ୍ରୀଲଙ୍କା: ଜିତିଲା ପ୍ରଥମ ଏସିଆ କପ୍।
*🙏 ସୁପ୍ରଭାତ 🙏*