November 25, 2024

ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ.

Share

ରାୟଗଡା :ରବିବାର, ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଏବଂ ଓଡ଼ିଶାର ସର୍ବବୃହତ୍ତ ଚକ୍ଷୁ ଚିକିତ୍ସାଳୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମଟି ଗୁଣୁପୁର ସାରସ ଅଙ୍ଗଲୋ ବେଦିକ ସ୍କୁଲ ପରିସରରେ ସବୁ ମାସର ଶେଷ ରବିବାର ଭଳି ଅନୁଷ୍ଠିତ କରାଯାଇଅଛି. ଉକ୍ତ ଶିବିରକୁ ଅଖିଳ ଭାରତ ସନ୍ଥ ସମିତି ପୂର୍ବ ଭାରତ ମନ୍ତ୍ରି ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଚେୟାରମ୍ଯାନ ସ୍ଵାମି ନିର୍ବାଣାନନ୍ଦ ଗିରି ଙ୍କ ସଭାପତିତ୍ୱରେ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ରାମନାଗୁଡା ଜିଲ୍ଲା ପରିଷଦ ଶ୍ରୀ ତାଙ୍ଗୁଡୁ ଶ୍ରୀଧର ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ନାରାୟଣ ସେବା ସଭାପତି ଶ୍ରୀ ସୁବୁଦ୍ଧି ଭେଙ୍କେଟ ରାଓ,ଶ୍ରୀ ବାଦଲ ପାଣି,ଶ୍ରୀ ଶିବପ୍ରସାଦ ବେହେରା, ଶ୍ରୀ CH.ଜାମି ନାଇଡ଼ୁ , ଶ୍ରୀ ପ୍ରଦୀପ କୁମାର ପାଢି, ଶ୍ରୀ ଲାଡି ଗୋପାଳ,ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଶ୍ରୀ କତାକଟା ଭେଙ୍କେଟ ରାଓ,ଶ୍ରୀ ଗୋବିନ୍ଦ ଗୋଗରଙ୍ଗା,ଶ୍ରୀ ଚିନାରୀ ସାଗର,ଶ୍ରୀମତୀ ପ୍ରତିଭା ରଥ,ଶ୍ରୀ ଲାଲୁ ନାୟକ,ଶ୍ରୀ ନାରାୟଣ ମହାରଣା,ଶ୍ରୀ ପେଦିନା ରାଜଶେଖର,ଶ୍ରୀ ଶୁଭମ ମିଶ୍ର (ସମାଜସେବୀ ବୃନ୍ଦ) ଏବଂ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରିଥିଲେ. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା. ମୋଟ ୯୫ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ ୧୬ ଙ୍କୁ ଚସମା ଦିଆ ଗଲା, ମୋଟ ୪୬ ଜଣ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ଆଜି ୩୫ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲ୍ କୁ ଗଲେ. ୧୯ ଜଣ ଙ୍କର ରେଟିନା ଚେକ ଅପ କରଗଲା. କାର୍ଯ୍ୟକ୍ରମ ଶେଷରେ ସମସ୍ତ ଚକ୍ଷୁ ରୋଗି,ହସ୍ପିଟାଲ ଷ୍ଟାଫ, ସମାଜସେବୀମାନେ ଅନ୍ନପ୍ରସାଦ ସେବନ କରିଥିଲେ ଓ ସର୍ଜରୀ ହୋଇଥିବା ଚକ୍ଷୁ ରୋଗୀ ମାନଙ୍କୁ ବୃକ୍ଷ ଚରା ବଣ୍ଟନ କରାଗଲା.

ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶ୍ରୀ ଭଗବାନ ପଣ୍ଡା (ଚିଫ ଅପଟୋମେଟ୍ରିଷ୍ଟ), ଶ୍ରୀ ମୁକେଶ ପାଣିଗ୍ରାହୀ, ମିସ ପ୍ରଜନୀ , ମିସ ଅମ୍ବିକା, ମିସ ଶୁଭଶ୍ରୀ, ମିସ ଶ୍ରାବଣୀ (ଚକ୍ଷୁ ଟେକ୍ନିସିଆନ) ଓ ଶ୍ରୀ ରଘୁନାଥ ପାଢି ଶିବିରକୁ ପରିଚାଳନା କରିଥିଲେ. I

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed