October 6, 2024

17ତମ କିରୋଗୀ ଓ 9ତମ ପୁମସି ପୁରୀ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ.

Share

ଚଳିତ ମାସ ଜୁଲାଇ 27 ଓ 28 ଦୁଇ ଦିନ ଧରି ପୁରୀର ଗରୁଡ଼ ଛକ ସ୍ଥିତ ରେଲୱ କଲ୍ୟାଣ ମଣ୍ଡପ ଠାରେ ବ୍ୟୋମକେଶ ଟାଏକୋଣ୍ଡୋ ଏକାଡେମୀ ଓ ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ 17ତମ କିରୋଗୀ ଓ 9ତମ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି

 

ମୁଖ୍ୟ ଅତିଥି ଭାବରେ ଓଡିଶା ଅଥଲେଟିକ ସଙ୍ଘର କୋଷାଧକ୍ଷ ଶ୍ରୀ ରବି ଶଙ୍କର ପ୍ରତିହାରୀ,ଜିଲ୍ଲା ସଙ୍ଘର ସଭାପତି ଶ୍ରୀ ଧବଳେଶ ମହାପାତ୍ର, ଅଧ୍ୟକ୍ଷ ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ଅତିଥିଭାବେ ପ୍ରତିଯୋଗିତାରେ ଉପସ୍ଥିତ ରହି ଉତ୍ସାହିତ କରାଇଥିଲେ.

 

ଏହି ପ୍ରତିଯୋଗିତାରେ ପୁରୀ ଜିଲାରୁ 11 ଟ୍ରେନିଂ ସେଣ୍ଟରରୁ 300ଜଣ ପ୍ରତିଯୋଗୀ ଉଭୟ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ.

 

ରାଜ୍ୟ ସଙ୍ଘ ତରଫରୁ 16ଜଣ ସିନିଅର ଜାତୀୟ ରେଫରୀମାନଙ୍କୁ ପ୍ରତିଯୋଗିତା ପରିଚାଳନା କରିବା ପାଇଁ ମନୋନୀତ କରାଯାଇଥିଲା.

 

ରାଜ୍ୟ ସଙ୍ଘ ତରଫରୁ observer ଭାବେ ଶ୍ରୀ ଅତାଉଲ୍ଲା ଖାନ ପ୍ରତିଯୋଗିତାକୁ ତତ୍ତ୍ୱବଧାନରେ ପରିଚାଳନା କରିବାକୁ ନିଯୁକ୍ତି ଦିଆଯାଇଛି.

 

ପ୍ରଥମ ଦିନରେ ବିଜେତା ମାନଙ୍କୁ ମୁଖ୍ୟ ଅତିଥିମାନେ ପଦକ ବିତରଣ କରିଥିଲେ

 

ଜିଲ୍ଲା ସଙ୍ଘ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ପ୍ରତିଯୋଗିତା ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ଅଫିସିଆଲ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ