October 6, 2024

ସ୍ତ୍ରୀ କାର୍ଯ୍ୟ କରୁଥିବା ସ୍କୁଲ କୁ ଗଣଶିକ୍ଷା ମନ୍ତ୍ରୀ ଙ୍କ ଅଚାନକ ଗସ୍ତ….…

Share

 

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ)ଆଜି ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକ କାର୍ଯ୍ୟ ପାଇଁ ସମଗ୍ର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହେଇ ଯାଇଛି। ଆଜି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଚାନକ ଉମରକୋଟ ସହର ରେ ଥିବା ଡଙ୍ଗରି

ଗୁଡ଼। ୟୁଭି 3 ଗ୍ରାମ ଠାରେ ଥିବା ପ୍ରାଥମିକ ସ୍କୁଲ କୁ ଅଚାନକ ପରିଦର୍ଶନ କରି ଥିଲେ। ଯେଉଁ ସ୍କୁଲ ରେ ମନ୍ତ୍ରୀ ଙ୍କ ସହ ସ୍ତ୍ରୀ ଚଇତି ଗଣ୍ଡ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି। ମନ୍ତ୍ରୀ ଙ୍କୁ ଦେଖି ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀ ଓ ପିଲା ମାନେ ଆଶ୍ଚର୍ଯ୍ୟ ହେଇ ଯାଇଥିଲେ। ଏପରି ମନ୍ତ୍ରୀ ଙ୍କୁ ଦେଖି ସ୍ତ୍ରୀ ମଧ୍ୟ ହତବାକ ହେଇ ଯାଇଥିଲେ। ମନ୍ତ୍ରୀ ସିଧା ଯାଇ ପିଲା ଙ୍କୁ ପାଠ ଭଲ ପଡ଼। ହେଉଛି କି ନହିଁ ମଧ୍ୟାହ୍ନ ଭୋଜନ ଠିକ ଭାବେ ଦିଆ ଯାଉଛି କି ନାହି ବୋଲି ପଚାରିବା ସହ ପିଲା ଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରି ଥିଲେ। ଦଣ୍ଡ କ।ରଣ୍ୟ ଅମଳ ରେ ପ୍ରତିଷ୍ଠା ହେଇ ଥିବା ଏହି ସ୍କୁଲ୍ ର ରୁଗଣ ଅବସ୍ଥା ଦେଖି ମନ୍ତ୍ରୀ ଚିନ୍ତା ପ୍ରକଟ କରିଥିଲେ। ଏପରି କି ସ୍କୁଲ୍ ର ଶ୍ରେଣୀ ଗୃହ ରେ ପାଣି ଗଳୁ ଥିବା ମଧ୍ୟ ପିଲା ମାନେ ମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରି ଥିଲେ। ସ୍କୁଲ ର ପଟ୍ଟା ଅଛି କି ନାହିଁ ବୋଲି ପଚାରି ବୁଝିବା ସହ ସ୍କୁଲ ରେ କେତେ ଜାଗା ଅଛି ବୁଲି ଦେଖି ଥିଲେ। ତୁରନ୍ତ ଏଠାରେ ନୂତନ ଶ୍ରେଣୀ ଗୃହ ଗୁଡ଼ିକ ନିର୍ମାଣ କରା ଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିର୍ଭର ପ୍ରତିଶୃତି ଦେଇ ଥିଲେ।। ଆଜି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପଦ୍ମ ଶ୍ରୀ କୋମଳ। ପୂଜାରୀ ଙ୍କ ଶ୍ରାଦ୍ଧ ଉତ୍ସବ ରେ ଯୋଗ ଦେବାକୁ ଜୟ ପୁର ଯାଉ ଥିବା ବେଳେ ଅଚାନକ ଏହି ସ୍କୁଲ କୁ ଗସ୍ତ କରିଥିଲେ। ଏହି ସମୟ ରେ ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ମୟୀ ଛୋଟ ରାୟ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।