October 6, 2024

କାର୍ଗିଲ ବିଜୟ ଦିବସରେ ମଶାଲ ଶୋଭାଯାତ୍ରା 

Share

 

କାଶୀନଗର

ଏକ ଦେଶ, ଏକ ଜାତି, ଏକ ସଂସ୍କୃତି..

ସ୍ବତନ୍ତ୍ରତା ଚାହେଁ ସଦା ନିତ୍ଯ ଜାଗୃତି….

 

ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ କାରଗିଲ ବିଜୟ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କାଶୀନଗର ଭେଙ୍କେଟେଶ୍ୱର ମନ୍ଦିର ଠାରୁ ଭାରତୀୟ ଜନତା ଦଳ ଯୁବମୋର୍ଚ୍ଚ ଗଜପତି ଜିଲ୍ଲା ଶାଖା ଆନୁକୂଲ୍ୟରେ ଏକ ମଶାଲ ଶୋଭାଯାତ୍ରା ବିଭିନ୍ନ ନାରା ଓ ସ୍ଲୋଗାନ ଦେଇ କାଶୀନଗର ସହର ପରିକ୍ରମା କରି ନଗର ବାସୀଙ୍କ ମନରେ କାର୍ଗିଲ ଯୁଦ୍ଧ ସମୟରେ ଯେଉଁ ସୈନିକଙ୍କୁ ମନେ କାର୍ଗିଲ ଯୁଦ୍ଧ ରେ ନିଜ ପ୍ରାଣକୁ ଦେଶ ନିମନ୍ତେ ଉତ୍ସର୍ଗିକୃତ କରି ଭାରତକୁ ଯେଉଁ ବିଜୟ ଆଣିଥିଲେ ତାହାକୁ ମନେ ପକାଇଥିଲେ. ଜିଲ୍ଲା ସଭାପତି ବାଳକୃଷ୍ଣ ପାତ୍ର, ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଉପସଭାପତି ଭୁବନ ବେହେରା, କାଶୀନଗର ଟାଉନ ସଭାପତି ଚଲାପତି ରାଓ, ଏଲ ଚନ୍ଦ୍ର ରାଓ, ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟ

 

 

 

|