October 5, 2024

ଜିଲ୍ଲା ସ୍ପୋର୍ଟ୍ସ ଅଧିକାରୀଙ୍କ ସୂଚନା- ବିଜୁ ପଟନାୟକ ଖେଳ ଭବନ ପ୍ରବେଶ ଦ୍ୱାର ସ୍ଲାପ ତୁରନ୍ତ ମରାମତି ହେବ. 

Share

 

 

କାଶୀନଗର ,

କା ଶୀନଗର ଫୋରେଷ୍ଟ ଛକ ଠାରେ ଥିବା ବିଜୁ ପଟନାୟକ ଖେଳ ଭବନ ଏହି ବର୍ଷ ଫେବୃଆରୀ ମାସ 23 ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଭାସୀ ଜରିଆରେ ଉଦ୍ଘାଟନ କରିଥିଲେ. ଉଦ୍ଘାଟନ ହେବାର 5 ମାସ ହୋଇଥିବା ବେଳେ ଖେଳ ଭବନର ମୁଖ୍ୟ ପ୍ରବେଶ ଦ୍ୱାର ଉପରେ ଥିବା ପ୍ଲାଷ୍ଟର ପ୍ୟାରିସ ସ୍ଲାବ ଫାଟି ଆଁ ହୋଇଗଲାଣି . ଏହି ଖେଳ ଭବନକୁ ସକାଳୁ ଓ ସନ୍ଧ୍ୟା ସମୟରେ ବହୁ କାଶୀନଗର ଯୁବକ ଯୁବତୀ ଓ ବୟସ୍କ ଲୋକ କ୍ରୀଡା ଅଭ୍ୟାସ ସହ ବ୍ୟାୟାମ ଓ ଯୋଗ କରିବା ପାଇଁ ବହୁ ସଂଖ୍ୟାରେ ଆସୁଥିବା ଦୃଷ୍ଟିକୁ ଆସିଛି.ଯେହେତୁ ପ୍ରବେଶ ଦ୍ୱାର ଉପରେ ଏହିପରି ସମସ୍ୟା ହୋଇଥିବାରୁ ଆମ ପ୍ରତିନିଧି ଜିଲ୍ଲା ସ୍ପୋର୍ଟ୍ସ ଅଧିକାରୀ ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରି ସମସ୍ୟା ବିଷୟରେ ଅବଗତ କରାଇବାରୁ ସେ ଏହି ସମସ୍ୟା ତୁରନ୍ତ ସମାଧାନ କରି ସେହି ସ୍ଲାପ କୁ ରିପେର କରିବାକୁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଙ୍କୁ କହିଥିବା କଥା ଉଲ୍ଲେଖ କରିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟ