November 25, 2024

ବୁଗୁଡ଼ା ଦଣ୍ଡକାଳୀ ମନ୍ଦିର ପରିଚାଳନା କମିଟି ଗଠିତ … 

Share

ବୁଗୁଡ଼ା :ତା ୨୭/୦୭/୨୪ : ବୁଗୁଡ଼ା ଦଣ୍ଡକାଳୀ ମନ୍ଦିର ପରିଚାଳନା ନିମନ୍ତେ ନୂତନ କମିଟି ଗଠନ କରାଯାଇଛି l ଏଠାକାର କାଳୀ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି l ଏଥିରେ ସଭାପତି ଭାବେ କେଦାର ମହାରଣା , ଉପସଭାପତି ଭାବେ ୟୁ.ଯଜ୍ଞ ନାରାୟଣ ପାତ୍ର ଓ ସମ୍ପାଦକ ଭାବେ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ପ୍ରଦ୍ୟୁମ୍ନ ପାତ୍ର, ଶରତ ଚନ୍ଦ୍ର ମହାରଣା, ପ୍ରଦୀପ ଦାଶ, ବନବାସୀ ମହାରଣା, ରଙ୍କନିଧି ପ୍ରଧାନ ଏବଂ ପରିଚାଳନା କମିଟିରେ ଅଶୋକ ଗୌଡ଼ , ପିଣ୍ଟୁ ଦଳେଇ, ଦିଲ୍ଲୀପ ସ୍ୱାଇଁ, ରିଙ୍କୁ ରାଉତ, ନଣ୍ଡା ନାଇକ, ବାବୁ ନାଇକ, ଟୁଟୁ ପଣ୍ଡା, ଆଲୋକ ଦାଶ, ମହେଶ୍ୱର ଘଡେଇ, ସୁଜନ ଦାଶ, ସୁନୀଲ ନାୟକ, ରାଜେଶ ବିଶ୍ୱାଳ, ଗୁରୁ ପ୍ରସାଦ ସାହୁ, ଶେଷଦେବ ପାତ୍ର, ଦିଲ୍ଲୀପ ପଟ୍ଟନାୟକ, ବାଉରୀ ସ୍ୱାଇଁ, ଅଭି ନାୟକ, ବାବୁଲା ପ୍ରଧାନ, ଶଙ୍କର ଦଳେଇ, ଦୁଃଖା ପାତ୍ର, ବାବୁଲା ପାତ୍ର, ସୁଦର୍ଶନ ନାୟକ ପ୍ରମୁଖଙ୍କୁ ମନୋନୀତ କରାଯାଇଛି l

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed