November 25, 2024

ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ପ୍ରଥମ ସମୀକ୍ଷା ବୈଠକ

Share

ବରଗଡ଼ : (ଉପାନ୍ତ ଖବର) ତା-୨୬.୦୭.୨୦୨୪ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଗତ ଜୁଲାଇ ମାସ ୬ ତାରିଖରେ ପାଇକମାଲ ବ୍ଲକଠାରେ ଶୁଭାରମ୍ଭ ହୋଇଥିବା ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମର ପ୍ରଥମ ମାସର ପ୍ରଗତୀ ସମୀକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମର ୬ଟି ସୂଚାଙ୍କ ଯଥା- ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ବିକାଶ, ପୋଷଣ ଏବଂ କୃଷି କ୍ଷେତ୍ରରେ ବିକାଶ ପାଇଁ ସମସ୍ତ ବିଭାଗରେ ପ୍ରସ୍ତୁତ ହୋଇଥିବା କାର୍ଯ୍ୟ ଖସଡା ଅନୁଯାଇ ଅଭିଯାନର ପ୍ରଗତୀ ସମୀକ୍ଷା କରି ଆକାଂକ୍ଷା ବ୍ଲକ ସ୍ତରରେ ସ୍ୱାସ୍ଥ୍ୟ ଏବଂ ପୋଷକ ତତ୍ୱ ଅନ୍ତର୍ଗତ ଗର୍ଭବତୀ ମହିଳାଙ୍କ ପ୍ରସବ ପର୍ଯ୍ୟନ୍ତ ଯତ୍ନ ନେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଆଧାରିତ ତଥ୍ୟ ସଂଗ୍ରହ, କୃଷି କ୍ଷେତ୍ରରେ ସମସ୍ତ ଚାଷୀଙ୍କୁ ସୋଏଲ ହେଲଥ କାର୍ଡ ବିତରଣର ତଥ୍ୟ, ୯ ରୁ ୧୨ ମାସର ଶିଶୁଙ୍କ ଟୀକାକରଣ ବିବରଣୀ, ବିଦ୍ୟାଳୟ ଗୁଡିକରେ ବିଜୁଳୀ ସଂଯୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ସାମଗ୍ରୀ ଉପଲବ୍ଧ କରିବା, ସମସ୍ତ ଘରେ ପାନୀୟ ଜଳ ଯୋଗାଣ ଏବଂ ମଧୁମେହ, ଉଚ୍ଚ ରକ୍ତଚାପ ପରୀକ୍ଷା କରୁଥିବା ଲୋକଙ୍କ ବିବରଣୀ ଲିପିବଦ୍ଧ କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡିକୁ ରିଭଲଭିଙ୍ଗ ଫୋଣ୍ଡ ପ୍ରଦାନ କରିବା ଭଳି ବିଭିନ୍ନ ମାନଦଣ୍ଡ ଗୁଡିକର ପ୍ରଗତୀ ବିଷୟରେ ଜିଲ୍ଲାପାଳ ଶ୍ରୀ ଗୋୟଲ ଆଲୋଚନା କରିବା ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଥିଲେ ।ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୈହାନ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକରୀ ତଥା କର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ ମଞ୍ଚାସୀନ ଥିବାବେଳ କୃଷି,ପ୍ରାଣୀ ଚିକିତ୍ସା, ଶିକ୍ଷା,ସ୍ଵାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ମହିଳା ଓ ଶିଶୁ ବିକାଶ ବିଭାଗ, ଜୀବିକା ମିଶନ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ଜିଲ୍ଲା ଓ ପାଇକମାଲ ବ୍ଲକ ଅଧିକାରୀଙ୍କ ସମେତ କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ଅଦୁ ଉପସ୍ଥିତ ଥିଲେ ।

ରିପୋର୍ଟ : ବରଗଡ ଜିଲ୍ଲା ପ୍ରତିନିଧି ଜୟନ୍ତ କୁମାର ସେଠ (ଉପାନ୍ତ ଖବର)

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed