November 25, 2024

ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପରେ ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କର ତାଲିମ କାର୍ଯ୍ୟକ୍ରମ

Share

ସମ୍ବଲପୁର,ତା.୨୭.୦୭(ଆନିସ): ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଡି, କେ.ଏନ.ଏଚ ଏବଂ ଦେଓଗଢ଼ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ତିଲେଇବଣୀ ବ୍ଲକ ସ୍ଥିତ କନଫରେନ୍ସ୍ ହଲରେ ତିଲେଇବଣୀ ବ୍ଲକ ଅନ୍ତର୍ଗତ ତିନୋଟି ଗ୍ରାମ ପଞ୍ଚାୟତ ଯଥା -ଦୁଧିଆନାଳୀ, ଢୋଳାପଡ଼ା ଓ କଂସର ଗ୍ରାମ ପଞ୍ଚାୟତର ୧୫ ଜଣ ଆଶା ଓ ୬୦ ଜଣ ଅଙ୍ଗନବାଡି କର୍ମୀମାନଙ୍କୁ ନେଇ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମ୍ୟ ସ୍ତରରେ କାର୍ଯ୍ୟରତ ଆଶା ଓ ଅଙ୍ଗନବାଡି କର୍ମୀମାନେ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ବିଷୟରେ ସଚେତନ ହୋଇ ଶିଶୁ ଅଧିକାରକୁ ନିଜ ନିଜ ଅନୁଷ୍ଠାନ ଏବଂ ଅଞ୍ଚଳରେ କିପରି ଭାବେରେ ସୁନିଶ୍ଚିତ କରାଇବା । ଏହି ତାଲିମ କାର୍ଯକ୍ରମକୁ ସ୍ନେହ ପ୍ରକଳ୍ପର ପ୍ରୋଗ୍ରାମ ଅଫିସର ଶ୍ରୀ ସଂସାର ବାଗ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଦେଓଗଢ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଏବଂ ସମାନିତ ଅତିଥି ଭାବରେ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ କାଞ୍ଚନ ପଣ୍ଡା ଯୋଗ ଦେଇଥିଲେ। ଶ୍ରୀ ମହାପାତ୍ର ମିଳିତି ଜାତିସଂଘ ଶିଶୁ ଅଧିକାର ଘୋଷଣାନାମା ମଡ୍ୟୁଲ୍ ବିଷୟରେ ଆଲୋଚନା କରିଥିଲେ । ଏଥିରେ ସେ ତାଙ୍କର ଚାରିଟି ଅଧିକାର ବଞ୍ଚିବାର ଅଧିକାର, ବିକାଶର ଅଧିକାର, ସୁରକ୍ଷାର ଅଧିକାର ଓ ଅଂଶଗ୍ରହଣ କରିବାର ଅଧିକାର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହିତ କିପରି ଭାବରେ ନିଜ ଅଞ୍ଚଳରେ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବେ ତାହା ଆଲୋଚନା କରିଥିଲେ । ଶ୍ରୀମତୀ କାଞ୍ଚନ ପଣ୍ଡା ଶିଶୁ ସୁରକ୍ଷା ଏବଂ ଅଙ୍ଗନବାଡିରେ ଚାଲିଥିବା କାର୍ଯକ୍ରମ ଉପରେ ଆଲୋଚନା କରିଥିଲେ । ଏହି ତାଲିମ କାର୍ଯକ୍ରମକୁ ଭାଗ୍ୟଧର ମାନହୀରା, ବରୁଣ କୁଅଁର, ଯୋଗେଶ୍ଵରୀ ପାତ୍ର, ମୋନାଲିଶା ସାହୁ, ରୋହିତ ସାହୁ, ଇନ୍ଦିରା ନାୟକ, ସାରିତା କୁଅଁର ଆଦି କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଶେଷରେ ସ୍ନେହ ପ୍ରକଳ୍ପର କୋଓଡିନେଟର ତପନ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed