October 5, 2024
Share

 

 

୧-୨୮ରେ ଖୋଲିବ ହୀରାକୁଦ ଗେଟ୍‌ ; ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ। ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରୀ।

 

୨-ସକ୍ରିୟ ମୌସୁମୀ: ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା।

 

୩-ଭୁବନେଶ୍ୱର: ୟୁନିଟ୍ ୧ ପରିବା ହାଟ-ଘାରିଲାଣି ଡେଙ୍ଗୁ ଭୟ।

 

୪-ଓଡିଶା ବଜେଟ ୨୦୨୪-୨୫: ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।

 

୫-ବଜେଟ୍ ଭିତରେ ଯୋଜନାର ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା । ପୂର୍ବ ସରକାରରେ ଥିବା ୯ ଯୋଜନାର ନାମ ବଦଳାଇଲେ ମୋହନ ସରକାର।

 

୬-ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତଙ୍କର ବିପୁଳ ସମ୍ପତ୍ତି ଠାବ।କୁବେର ଯନ୍ତ୍ରୀଙ୍କ ୩୪ଟି ପ୍ଲଟ, ମାଳ ମାଳ କୋଠା।

 

୭-୬ ବର୍ଷ ପରେ OAS ଦେବ ପ୍ରସାଦ ଦାଶଙ୍କ ଉପରୁ ହଟିଲା ନିଲମ୍ବନ।ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ନେବେ ଦାୟିତ୍ବ।

 

୮-ଆଳୁ ଦରରେ ଲାଗିଛି ନିଆଁ, କେଉଁଠି କିଲୋ ପିଛା ୪୫ ତ କେଉଁଠି ୫୦ ଟଙ୍କାରେ ହେଲାଣି ବିକ୍ରି।

 

୯-ଭୁବନେଶ୍ୱର: ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ଘଟଣା-ଅଭିଯୁକ୍ତ ସ୍ବାମୀ ଗିରଫ।

 

୧୦-ମହିଳାଙ୍କ ପାଇଁ ମୋହନ ସରକାଙ୍କ ଉପହାର: ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ବ୍ୟୟବରାଦ।

 

୧୧-ରାଜ୍ୟ ବଜେଟରେ କୃଷି ଓ କୃଷକଙ୍କୁ ଗରୁତ୍ୱ । ବଢିଲା ଧାନର ସହାୟକ ମୂଲ୍ୟ । କୁଇଣ୍ଟାଲ ପ୍ରତି ଚାଷୀ ପାଇବେ ୩୧ଶହ ଟଙ୍କା।

 

୧୨-କଣାସ:ଟିଉସନ ସାରି ଫେରୁଥିଵା ସମୟରେ ବାଇକ- ଟ୍ରାକ୍ଟର ଧକ୍କା, ଦୁଇ ଛାତ୍ର ମୃତ।

 

୧୩-ରାଜ୍ୟରେ ଡ୍ରପ୍ ଆଉଟ୍ ରୋକିବାକୁ ଲାଗୁ ହେବ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା।

 

୧୪-ବିନିକାରେ ଲଗାଣ ବର୍ଷା: ରାସ୍ତା ଉପରେ ଚାଲୁଛି ୩ ଫୁଟର ପାଣି, ଯାତାୟତ ଠପ୍‌।

 

୧୫-ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟ ବଜେଟରେ ୫୦୦ କୋଟିର ବ୍ୟୟ ଅଟକଳ ରଖିଲେ ରାଜ୍ୟ ସରକାର

 

୧୬-ପୁଞ୍ଜି ବ୍ୟୟ ପାଇଁ ୫୮,୧୯୫ କୋଟି ଟଙ୍କା ବ୍ୟୟବରାଦ, ୨୪ ଘଣ୍ଟା ବିଦ୍ୟୁତ୍ ପାଇଁ ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା’ର ଶୁଭାରମ୍ଭ।

 

୧୭-ଡବଲ ଇଞ୍ଜିନ ସରକାରର ଡବଲ ନିରାଶ, ବଜେଟ୍ ପରେ ଏମିତି କହିଲେ ନବୀନ ପଟ୍ଟନାୟକ।

 

୧୮-ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କୃଷକଙ୍କ ପଞ୍ଜୀକରଣ ଅବଧି ବୃଦ୍ଧି, ଶେଷ ତାରିଖ ଜୁଲାଇ ୩୧।

 

୧୯-ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତ ଅବଧି, ଅଗଷ୍ଟ ୮ ପର୍ଯ୍ୟନ୍ତ ହେପାଜତ ଅବଧି ବୃଦ୍ଧି କଲେ ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ।

 

୨୦-ନିଯୁକ୍ତିକୁ ନେଇ ବଜେଟରେ ବଡ ଖବର: ୨ ବର୍ଷରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ।

 

୨୧-ଖଲ୍ଲିକୋଟ ଥାନା ମରେଇ ନୂଆଗାଁରେ ଅଭାବନୀୟ ଘଟଣା: ପୋଖରୀରେ ବୁଡି ଭାଇଭଉଣୀ ମୃତ, ଜଣେ ଗୁରୁତର।

 

୨୨-ପରୀକ୍ଷାରେ ସ୍ୱଚ୍ଛତା ପାଇଁ ଡିଜିଟାଲ ଟେକ୍ନୋଲୋଜି ଆପଣାଇବ ୟୁପିଏସସି । ଇ ଆଡମିଟ୍ କାର୍ଡ ପାଇଁ ରହିବ କ୍ୟୁଆର କୋର୍ଡ ବ୍ୟବସ୍ଥା।

 

୨୩-ନୂଆ ଦିଲ୍ଲୀ:ପିଲାଙ୍କୁ ପାଠ ପଢ଼ାଇଲେ ରାଷ୍ଟ୍ରପତି; ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଦେଲେ ମାର୍ଗଦର୍ଶନ।

 

୨୪-ଚଣ୍ଡୀଗଡ଼: ପଞ୍ଜାବରେ ୭ ସନ୍ଦିଗ୍ଧ ଆତଙ୍କବାଦୀ ଚିହ୍ନଟ, ସମସ୍ତଙ୍କ ସ୍କେଚ ଜାରି କଲା ପୁଲିସ, ପଠାନକୋଟରେ ହାଇ ଆଲର୍ଟ।

 

*🙏 ସୁପ୍ରଭାତ 🙏*