October 5, 2024

ମହାନଗର ନିଗମରେ ଚାଲିଛି ବାବୁରାଜ୍,ସକ୍ଷମ ଆଣିଲା ଅଭିଯୋଗ

Share

ସମ୍ବଲପୁର:ସମ୍ବଲପୁର ସହରରେ ହାଇକୋର୍ଟ ଆନ୍ଦୋଳନ ର ୪୨ ଦିନିଆଁ ରିଲେ ଅନଶନ ଆନ୍ଦୋଳନ ଚାଲିଥିବା ସମୟରେ ଆନ୍ଦୋଳନ କୁ ଭଣ୍ଡୁର କରିବା ପାଇଁ ରାଜ୍ୟ ର ବିଗତ ନବୀନ ସରକାର ପକ୍ଷରୁ ଘୋଷଣା ହେଲା ସମ୍ବଲପୁର ମହାନଗର ନିଗମ l ହେଲେ ଆଜିକୁ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିଯାଏ ଜନ ପ୍ରତିନିଧି ଚୟନ ପାଇଁ ମହାନଗର ନିଗମ ନିର୍ବାଚନ ହୋଇପାରିଲା ନାହିଁ l ବିଭିନ୍ନ ଆଳ ଦେଖାଇ ବିଜୁ ଜନତା ଦଳ ସରକାର ମହାନଗର ନିର୍ବାଚନ ରୁ ଦୁରେଇ ରହିଲା l ଯାହାର ଫଳ ସ୍ୱରୂପ ବାବୁ ମାନଙ୍କ ରାଜରେ ଚାଲିଲା ନିଗମ l ସେହି ଦିନଠାରୁ ଯେତେ ଯାହା ଆନ୍ଦୋଳନ ଓ ଅଭିଯୋଗ କଲେ ମଧ୍ୟ ସହରବାସୀ ଙ୍କର ଦୁର୍ଦଶାର ଅନ୍ତ ହେବା ପ୍ରତିବଦଳରେ ସମସ୍ୟା ବଢ଼ି ବଢ଼ି ବଢ଼ି ଚାଲିଛି ବୋଲି ସାମାଜିକ ଅନୁଷ୍ଠାନ ସକ୍ଷମ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଓ ଦେଓ କିରଣ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତି ଅଭିଯୋଗ ଆଣିଛନ୍ତିl

ସେମାନଙ୍କ ଅଭିଯୋଗ ମତେ ଏହି ମହାନଗର କାର୍ଯ୍ୟାଳୟ ରେ ଏବେବି ଦୀର୍ଘ ୧୦ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେଲା ଅନେକ ବାବୁମାନେ ଚୌକି ମାଡିବସିଛନ୍ତିl ଅନେକ ଅଧିକାରୀ ଓ ବାବୁ ମାନେ ଯାନ୍ତ୍ରିକ, ବୈଷୟିକ ତଥା ଆକାଉଣ୍ଟ ବିଭାଗ ରେ ଦୀର୍ଘ ଦିନ ହେଲା ଚାକିରୀରେ ଥିଲେ ମଧ୍ୟ ତାଙ୍କର ଅନ୍ୟତ୍ର ବଦଳି କରାଯାଉନାହିଁ l ଯଦ୍ୱାରା ଅନେକ ପ୍ରକାର ବେନିୟମ କାର୍ଯ୍ୟ ସାଧାରଣରେ ନଜର କୁ ଆସୁଛି ବୋଲି ସକ୍ଷମ ପକ୍ଷରୁ କଡା ଅଭିଯୋଗ କରାଯାଇଛି l

ଏହି ପ୍ରସଙ୍ଗ ଏକ ସମ୍ବେଦନଶିଳ ପ୍ରସଙ୍ଗ କୁ ବିଚାର କୁ ନେଇ ସମ୍ବଲପୁର ମହାନଗର ନିଗମ ନିଗମ ରେ ପାଞ୍ଚ ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ହେଲା ଅବସ୍ଥାପିତ ଥିବା ଗୁରୁତ୍ୱପୂର୍ଣ୍ଣ ବିଭାଗୀୟ ଅଧିକାରୀ ଓ ବାବୁ ମାନଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ପଟ୍ଟନାୟକ ଦାବି ଜଣାଇଛନ୍ତି l ଏହା ହେଲେ ନିଶ୍ଚିତ ଭାବରେ ସମ୍ବଲପୁର ମହାନଗର ନିଗମ ରେ ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହୋଇପାରିବ ଓ ଜନସାଧାରଣ ପୂର୍ଣ୍ଣମାତ୍ରା ରେ ଉପକୃତ ହୋଇପାରିବେ କୁହାଯାଇଛି।