May 14, 2026

ସ୍ୱର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ଏକଦଶାହ ଦିବସ ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ..

IMG-20240720-WA0030
Share

ପାରଳାଖେମୁଣ୍ଡି,୨୦.୦୭.୨୦୨୪

 

ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସ୍ବର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ଏକଦଶାହ ଦିବସ ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି | ଏହି ଭଜନ ସମାରୋହରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ଡ଼.ଗୁଣନିଧି ନାୟକ, ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ଵୀରାଜ ମଣ୍ଡଳ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି

ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ଫୁଷ୍ଫ ମାଲ୍ୟ ଅର୍ପଣ କରିଥିଲେ | ସେ ଜଣେ ଦାୟିତ୍ୱ ସମ୍ପନ୍ନ,ନିଷ୍ଠାପର ଏବଂ ଦକ୍ଷ ବରିଷ୍ଠ ପ୍ରଶାସକ ଭାବେ ସ୍ୱର୍ଗତ ଦାସ ପରିଚିତ ଥିଲା | ସର୍ବଦା ଜନସାଧାରଣଙ୍କ ନିମନ୍ତେ ନିଜର ଉତ୍ସର୍ଗ କୃତ ସେବା ପାଇଁ ସେ ଜନତା ପ୍ରିୟ ଭାଜନ ହୋଇପାରିଥିଲେ | ଏହି ଅବସରରେ ସ୍ୱର୍ଗତ ଦାସଙ୍କ ଲିଖିତ ଅଣୁ ଗଳ୍ପ ” *ମାଣେ ଛଅ ଗୁଣ୍ଠର ଦୁଃଖ “* ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଏହି ପୁସ୍ତକ ମାଧ୍ୟମରେ ତାଙ୍କ ସ୍ୱର୍ଗତ ଦାସଙ୍କ ସଦା ସର୍ବଦା ଅମର ହୋଇ ରହିଥିବେ। ଏହି ପୁସ୍ତକ ତାଙ୍କ ଜୀବନ ରେ ଶିକ୍ଷା ପ୍ରତୀ ସମର୍ପଣ ଭାବର ପରିଚୟ ଦିଏ । ତାଙ୍କ ପରିବାର କୁ ଶ୍ରୀ ଜଗନ୍ନାଥ ସଦା ସର୍ବଦା ଏହି ଦୁଃଖ କୁ ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଅଧିକାରୀ ଏବଂ କର୍ମଚାରୀ ମାନେ ଗୁହାରି କରିଥିଲେ ଏଵଂ ସମସ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ଭକ୍ତି ସଙ୍ଗୀତ ସଂସଦ ଅନୁଷ୍ଠାନ କଳାକାର ଓ ଉତ୍କଳ ବାଲା ଆଶ୍ରମର ଛାତ୍ରୀମାନଙ୍କ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।