October 5, 2024

ମାରାମଚଣ୍ଡୀ ପୀଠ ରେ 108ସପ୍ତସତୀଚଣ୍ଡୀ ମହାଯଜ୍ଞ ଆସନ୍ତାକାଲି।108ପଣ୍ଡିତ ଏବଂ 108କର୍ତ୍ତା ଅଂଶ ଗ୍ରହଣ କରିବେ

Share

 

ଛତ୍ରପୁର-୨୦/୭/୨୪(ଅରୁଣ କୁମାର ପଣ୍ଡା )ପ୍ରସିଦ୍ଧରାମଚଣ୍ଡୀ ପୀଠ ରେ ଆସନ୍ତାକାଲି ଗୋଟିଏ ଦିନ ଅନୁଷ୍ଠିତ ହେବାକୁ ଯାଉଛି ୧୦୮ ସପ୍ତଶତି ଚଣ୍ଡୀ ମହାଯଜ୍ଞ l l ଏଥିପାଇଁ ପୀଠ ରେ କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ l ଏହି ପୀଠ ରେ ଆସନ୍ତା କାଲି ସକାଳ ୭. ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ଶେଷ ହେବା ନେଇ ମନ୍ଦିରର ଟ୍ରଷ୍ଟ, ପରିଚାଳନା ଏବଂ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି l ଏହିକାର୍ଯ୍ୟକ୍ରମ ରେ ୧୦୮ମାନ୍ୟଗଣ୍ୟ ପଣ୍ଡିତ ମାନେ ଭାଗ ନେବେ l ବର୍ତ୍ତମାନ ବହୁ ପଣ୍ଡିତ ପୀଠ ରେ ପହଞ୍ଚିଗଲେଣି l ଯଜ୍ଞକୁଣ୍ଡ ପ୍ରସ୍ତୁତ l କର୍ତ୍ତାକର୍ତ୍ତୀ ବସିବା ନେଇ ପିଣ୍ଡି ର କାର୍ଯ୍ୟ ଶେଷ ହୋଇଛି l ସେହିପରି ମାଙ୍କ ମନ୍ଦିର ଓ ଚଣ୍ଡୀ ସ୍ଥଳ ରେ ଫୁଲ ସାଜ୍ଜ ସଜ୍ଜା ଶେଷ ହୋଇଛି l ଏହି କାର୍ଯ୍ୟକ୍ରମ ରେ ୧୦୮କର୍ତ୍ତା କର୍ତ୍ତୀ ଭାଗ ନେବେ l କାର୍ଯ୍ୟକ୍ରମ କୁ ବ୍ୟାପକ ଭାବେ ଆୟୋଜନ କରାଯାଇଛି l ଭକ୍ତ ମାନେ ମନ୍ଦିର ଅର୍ଥାତ ପର୍ବତ ଉପରକୁ ଆସିବା ନେଇ ଛତ୍ରପୁରରୁ ବସ ସେବା ଦିଆଯାଇଛି l କାଞ୍ଚିକାମକୋଟି ପୀଠ ଜଗଦଗୁରୁ ବିଜୟଦାଉ ସରସ୍ବତୀ ଶଙ୍କରାଚାର୍ଯ୍ୟ ଙ୍କ ସହଯୋଗ ଏବଂ ତାଙ୍କ ଦ୍ୱାରା ପରିଚାଳିତ ଶଙ୍କର ଚକ୍ଷୁଚିକିତ୍ସାଳୟ ଦ୍ୱାରା ଏହି ବସ ସେବା ମାଗଣା ଯୋଗାଯିବ l ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବସ ସେବା ଯୋଗାଇଦିଆଯିବ l ଶଙ୍କର ଚକ୍ଷୁ ଚିକିତ୍ସାଳୟ ଭିଜନକେୟାର କେନ୍ଦ୍ର ରୁ ଏହି ବସ ବାହାରି ସହର ଦେଇ ବସ ରାମ ଚଣ୍ଡୀ ପୀଠ ରେ ପହଞ୍ଚିବ l ମନ୍ଦିରର ପୂଜା କମିଟି ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଜୋର ସୋର ରେ ଚାଲିଛି l ଟ୍ରଷ୍ଟ ଓ ପରିଚାଳନା କମିଟି ସହଯୋଗ କରୁଛି l ପ୍ରଥମଥର ପାଇଁ ଏହି ଅନୁଷ୍ଠାନ ହେଉଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ବହୁ ସଂଖ୍ୟା ରେ ଆସିବା ର ସମ୍ଭାବନା ରହିଛି l ସ୍ଥାନୀୟ ପୁଲିସ ଥାନା ସମେତ ସମସ୍ତ ପ୍ରଶାସନିକକଳ କୁ ସୂଚନା ଦିଆଯାଇଛି l