May 14, 2026

ଅନନ୍ତ ବାସୁଦେବ ଙ୍କ ଜନ୍ମ୍ ମହୋତ୍ସବ ଅନୁଷ୍ଠିତ ..

IMG-20240719-WA0017
Share

 

ଅସ୍ତରଙ୍ଗ,,ପୁରି ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ କଣମଣ ଗ୍ରାମରେ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଥିବା ଅନନ୍ତ ବାସୁଦେବ ଙ୍କ ଜନ୍ମ ଉତ୍ସବ ଗଲା ବାହୁଡ଼ା ତିଥିରେ ଅନୁଷ୍ଠିତ ହୋଇଯାଏ ଅଛି । ସକାଳୁ ସକାଳୁ ଅନନ୍ତ ବାସୁଦେବ ଙ୍କ ନିତିକାନ୍ତୀ ପୂଜକ ଧଉ କର ଓ ତାଙ୍କ ସାଥି ଙ୍କ ଦ୍ବାରା ସମାପ୍ତ ହେବାପରେ ଯଥା ବିଧି ପୂଜାକାର୍ଯ୍ୟ ଆରମ୍ଭ ସହ ହୋମ ଯଞ ହୋଇଥିଲା। ଠାକୁରଙ୍କୁ ଶୁଦ୍ଧ ଘିଅରେ ଖେଚୋଡି,ରସଗୋଲା ,ବିଭିନ୍ନ ପ୍ରକାର ସୁସ୍ଵାଦୁ ଫଳ ଦ୍ବାରା ଲାଗି କରାଯାଇ ଥିଲା ।ଧୂପ ଦୀପ ଆଳତିରେ ଠାକୁରଙ୍କ ପରିସର ପ୍ରକମ୍ପିତ ହେବା ସହ ଏହି ସବୁ କାର୍ଯ୍ୟ ଗୁଡ଼ିକୁ ପ୍ରତିମା ନାୟକ,ବିଷ୍ଣୁ ଚରଣ ନାୟକ ସମାପନ କରିଥିବା ବେଳେ,ଦୁଃଶାସନ ନାୟକ,ଉଲ୍ଲାସ ନାୟକ,ପ୍ରତାପ ନାୟକ,ପ୍ରମୋଦ ନାୟକ,ଶିବୁନା ନାୟକ,ଦେବେନ୍ଦ୍ର ନାୟକ, ସିରିଶ କୁମାର ନାୟକ,ନରେନ୍ଦ୍ର ନାୟକ,ପ୍ରମୁଖ ସହଯୋଗ କରିଥିଲେ । ୫୦୦ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇଥିଲା।(ଦୁଃଶାସନ ନାୟକ ଅସ୍ତରଙ୍ଗ)