November 25, 2024

ରବୀନ୍ଦ୍ର ମଣ୍ଡପ ଓଡ଼ିଶୀ ନୃତ୍ୟର ମହାଗୁରୁ ସ୍ବର୍ଗତ ଗୁରୁ ଡକ୍ଟର ଦେବପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳୀ ସମାରୋହ ଦୁଇ ଦିନ ଧରି ଅନୁଷ୍ଠିତ 

Share

ପାରଳାଖେମୁଣ୍ଡି:୧୮/୭(ଗରୁଡ଼ ଧ୍ଵଜ ଚୌଧୁରୀ)ତ୍ରିଧାରା ଓ ହେଲଥ୍ ଅନ୍ ଟପ୍ ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶୀ ନୃତ୍ୟର ମହାଗୁରୁ ସ୍ବର୍ଗତ ଗୁରୁ ଡକ୍ଟର ଦେବପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳୀ ସମାରୋହ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ , ସମ୍ମାନୀତ ଅତିଥି ରୂପେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ , ତ୍ରିଧାରା ସ୍ଵର୍ଣ୍ଣ ସମାରୋହ କମିଟିର ଅଧ୍ୟକ୍ଷ ଶ୍ରୀ ଗୌରବ ରଲହନ , କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା , ନିର୍ଦ୍ଦେଶକ ଗୁରୁ ଡକ୍ଟର ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ୫୦୦ରୁ ଉର୍ଦ୍ଧ୍ବ ନୃତ୍ୟାଙ୍ଗନା ମାନେ ନୃତ୍ୟ ପରିବେଷଣ କରିଥିଲେ।ଏତଦ୍ ବ୍ୟତୀତ ବିଶିଷ୍ଟ ଗୁରୁମାନଙ୍କୁ ଓ ବରିଷ୍ଠ ନୃତ୍ୟଶିଳ୍ପୀ ଅର୍ଥାତ୍ ୨୫ ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡିର ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ଡି.ପ୍ରିୟଙ୍କାଙ୍କୁ ଗୁରୁ ଦେବପ୍ରସାଦ ଦାସ ନୃତ୍ୟ ରତ୍ନ ଉପାଧିରେ ସମ୍ମାନନୀୟ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା ଏବଂ ତାଙ୍କରି ନୃତ୍ୟ ନିର୍ଦ୍ଦେଶନାରେ ତାଙ୍କରି ଶିଷ୍ୟା ମାନେ ପଲ୍ଲୀନୃତ୍ୟକୁ ପରିବେଷଣ କରି ସମସ୍ତ ଅତିଥି ଓ ଦର୍ଶକଙ୍କ ହୃଦୟ ଜିଣିଥିଲେ

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed