November 26, 2024

କ୍ଷେତରାଜପୁର ରୁ ସିଟି ରେଲ୍ ଷ୍ଟେସନକୁ ହେବ ଫ୍ଲାଏଓଭର

Share

ସମ୍ବଲପୁର,(ରାଜାରାମ ଷଡଙ୍ଗୀ): ସମ୍ବଲପୁର ରେଳ ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନକୁ ହେବ ଫ୍ଲାଏଓଭର। ନିର୍ମାଣ ପାଇଁ କେନ୍ଦ୍ର ରେଳବାଇ ମନ୍ତ୍ରାଳୟ ଦ୍ୱାରା ପ୍ରକଳ୍ପ ମଞ୍ଜୁରି ହେବା ସହ ଏଥିପାଇଁ ଅର୍ଥ ମଞ୍ଜୁରି ମଧ୍ୟ ହୋଇସାରିଛି। ସମ୍ବଲପୁର ସହର ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ବଡ଼ ଉପହାର।

୮.୧୦ କିଲୋମିଟର ଦୀର୍ଘ ଫ୍ଲାଏଓଭର ନିର୍ମାଣ ପାଇଁ ଏହି ମଞ୍ଜୁରି ମିଳିଛି।ଏହାନିର୍ମାଣ ହେଲେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ରେଳ ସେବା ଉପରେ ନିର୍ଭର କରୁଥିବା ରେଳ ଯାତ୍ରୀ ମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ।ସମ୍ବଲପୁର ଏକ ପୁରାତନ ସହର ହୋଇଥିବା ଯୋଗୁଁ ଯାନବାହାନ ଗମନାଗମନ ରେ ଅନେକ ଟ୍ରାଫିକ ସମସ୍ୟା ଲାଗି ରହୁଛି l ରେଳ ବିଭାଗ ପକ୍ଷରୁ ଫ୍ଲାଏ ଓଭର ନିର୍ମାଣ ହେଲେ ଅନାୟାସରେ ସମ୍ବଲପୁର ରେଳ ଷ୍ଟେସନ (କ୍ଷେତରାଜପୁର ) ରୁ ସମ୍ବଲପୁର ରେଳ ଷ୍ଟେସନକୁ ଯାତ୍ରା ଖୁବ ସହଜ ହେବ ଓ ଖୁବ୍ କମ୍ ସମୟ ମଧ୍ୟରେ ବିଭିନ୍ନ ଟ୍ରେନରେ ଯାତାୟାତ କରିବା ସମସ୍ତଙ୍କ ପାଇଁ ସହଜ ସାଧ୍ୟ ହୋଇପାରିବ ବୋଲି ବିଜେପିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ କହିଛନ୍ତି।

କ୍ଷେତରାଜପୁ୍ରରୁ ସିଟି ରେଲୱେ ଷ୍ଟେସନକୁ ଫ୍ଲଏଓଭର ଭଳି ରେଳବାଇ ମନ୍ତ୍ରାଳୟର ଏହି ବହୁମୁଖୀ ଦୁରଦୃଷ୍ଟି ସମ୍ପନ୍ନ ଯୋଜନା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀ ପାଣିଗ୍ରାହୀ କୃତଜ୍ଞତା ଜଣାଇଛନ୍ତି l

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed