November 25, 2024

ଦିବ୍ୟଦର୍ଶନ ସଂଘ ପ୍ରତିଷ୍ଠାତା ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀ ଗୁଡ଼ିଆବନ୍ଧ ଓ ରାୟଗଡା ଠାରେ ପାଳିତ ..

Share

ରାୟଗଡା :୧୮/ଜୁଲାଇ/ ୨୦୨୪ ରିଖ ଗୁରୁବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଦିବ୍ୟ ଦର୍ଶନ ସଙ୍ଘର ପ୍ରତିଷ୍ଠାତା ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମସ୍ଥାନ ଗୁଡିଆବନ୍ଧ ର ଏଲ୍. ଡି. ମଡର୍ଣ୍ଣ ରାଇସ ମିଲ ଠାରେ ତାଙ୍କ ଶିଷ୍ୟ ଶିଷ୍ୟମାନଙ୍କ ଦ୍ୱାରା ମହାଆଡମ୍ବର ସହ ପାଳନ କରାଯାଇଅଛି । ତାଙ୍କରି ଆବିର୍ଭାବ ସ୍ଥଳ ଗୁଡିଆବନ୍ଧ ଆଜି ଶିଷ୍ୟ ଶିଷ୍ୟାମାନଙ୍କ ଉଦ୍ୟମରେ ଗୁରୁତୀର୍ଥ ଗୁଡିଆବନ୍ଧ ନାମରେ ସରକାରୀ ମାନ୍ୟତା ଲାଭ ନିମନ୍ତେ ଅନୁମୋଦିତ ହୋଇପାରିଛି । ଗୁରୁଙ୍କର ଜନ୍ମ ଏହି ସ୍ଥାନ ରେ ହୋଇ ଥିବାରୁ ପ୍ରତିବର୍ଷ ଗୁଣପୁର ଉପଖଣ୍ଡ ଅଞ୍ଚଳରୁ ସହସ୍ରାଧିକ ଗୁରୁ ଭାଇ ଭଉଣୀ ଯୋଗଦାନ କରି ବହୁ ଆଡମ୍ବର ସହକାରେ ପାଳନ କରିଆସୁଛନ୍ତି । ଚଳିତବର୍ଷ ପ୍ରାୟ ଅଢେ଼ଇ ହଜାର ଭାଇ ଭଉଣୀ ମାନଙ୍କ ଯୋଗଦାନକୁ ଆଖି ଆଗରେ ରଖି ଆୟୋଜନ କରାଯାଇଛି । ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୧୬ ତାରିଖରେ ଭାଇ ଭଉଣୀ ମାନଙ୍କ ଦ୍ବାରା ଗ୍ରାମ ସଫେଇ ଅନୁଷ୍ଠିତ କରାଗଲା । ୧୭ ତାରିଖ ପୂର୍ବାହ୍ନରେ ଗୁରୁତୀର୍ଥ ଗୁଡିଆବନ୍ଧ ର ଗାଁ ପୋଖରୀ ବନ୍ଧ ହିଡରେ ବୃକ୍ଷ ରୋପଣ କରାଗଲା, ଓ ସନ୍ଧ୍ୟାରେ ପ୍ରାକ ପ୍ରସ୍ତୁତି ଓ କିଛି ଭାଇ ଭଉଣୀ ମାନଙ୍କ ଦୀକ୍ଷା ବାର୍ଷିକୀ ପାଳନ କରାଗଲା । ଏବଂ ଆଜି ୧୮ ତାରିଖରେ ଗୁରୁଙ୍କର ୯୨ ତମ ଜନ୍ମ ଜୟନ୍ତୀ କୁ ସକାଳୁ ସକାଳୁ ନିଜ ନିଜ ଗ୍ରାମରେ ଗୁରୁ ନାମ ନଗର ସଂକୀର୍ତ୍ତନ ସାରି ଗୁରୁ ତୀର୍ଥରେ ୮ଘଣ୍ଟା ସମୟରେ ଯୋଗ ଦାନ କରିଥିଲେ । ବିଭିନ୍ନ ଅଞ୍ଚଳର ଶତାଧିକ ଭାଇ ଭଉଣୀ ମାନଙ୍କ ଦ୍ବାରା ଏଠାରେ ନଗର ସଂକୀର୍ତ୍ତନ କରାଯାଇ ଥିଲା । ସକାଳ ୯ ଘଣ୍ଟା ସମୟରେ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ମାନ୍ୟବର ବିଧାୟକ ,ଗୁଣପୁର ଯୋଗଦାନ କରି ରକ୍ତଦାନ ଶିବିର କୁ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଆଜି ଗୁରୁଙ୍କର ୯୨ ତମ ଜୟନ୍ତୀ ହୋଇଥିବାରୁ ବୟାନରେ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଦିବା ୧୧ଘଣ୍ଟା ସମୟରେ ॐକାର ଧ୍ଵନି ଗୁରୁବନ୍ଦନା ଓ ସଂଘର ପ୍ରାରମ୍ଭିକ ସଂଗୀତ ଗାନ କରି ସତସଂଗ ଆରମ୍ଭ କରାଗଲା । ପରେ ଭାଇ ଭଉଣୀ ମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଠିକ ସେହିପରି ରାୟଗଡା ଦିବ୍ୟଦର୍ଶନ ଶାଖା ପକ୍ଷରୁ ଆଜି 8 ଘଂଟିକା ସମୟରେ କୋରାପୁଟ ଜ଼ିଲ୍ଲା ର ପାରମ୍ପରିକ ଢେମସା ନୃତ୍ୟ ସହିତ ନଗର ଶଂକୀର୍ତ୍ତ ରେ ପରିଭ୍ରମଣ କରାଯାଇଥିଲା l

ପ୍ରାରମ୍ଭରେ କାର୍ଯ୍ୟକ୍ରମ କୁ ଗୁରୁ ଭାଇ ଲାଡି. ନାଗେଶ୍ଵର ରାଓ ପରିଚାଳନା କରିଥିଲେ । କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ବାସିନୀ ଭୂଜଙ୍ଗ ଭାଇ ଓ ପୂଜ୍ୟ ରାମକୃଷ୍ଣ ହୋତା ଭାଇ ତଥା ଗୁଡିଆବନ୍ଧ ଶାଖା ସଭାପତି ଲାଡି. ଉଦୟ ଶଙ୍କର (ଗାନ୍ଧୀ) ଭାଇ ମଞ୍ଚାସୀନ ଥିଲେ । ସତସଂଗ କୁ କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ରାମକୃଷ୍ଣ ଭାଇ ପରିଚାଳନା କରିଥିଲେ । ଆଲୋଚନାରେ ଗାନ୍ଧୀ ଭାଇ ମଣିଷ ଜୀବନରେ ଗୁରୁଙ୍କର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ରାମକୃଷ୍ଣ ଭାଇ ଗୁରୁଙ୍କର ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ । ପରିଶେଷରେ କେନ୍ଦ୍ରୀୟ କମିଟି ସଦସ୍ୟ ଭୂଜଙ୍ଗ ଭାଇ ଗୁରୁଙ୍କର ମହାନତା ଉପରେ ଆଲୋକପାତ କରି ବିନା ଗୁରୁ ଜ୍ଞାନରେ ମଣିଷ ମୁକ୍ତି ପ୍ରାପ୍ତ କରିବା ସମ୍ଭବ ନୁହେଁ ବୋଲି ଆଲୋଚନା କରିଥିଲେ ।‌ ସତସଂଗ ରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଭାଇ ଭଉଣୀ ଓ ଆଧ୍ୟାତ୍ମିକ ପ୍ରେମୀ ସଜ୍ଜନ ଯୋଗଦାନ କରିଥିଲେ । ଉପସ୍ଥିତ ସମସ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ପରିବେଶଟି ଆଧ୍ୟାତ୍ମିକ ଭାବ ବିଚାରରେ ପରିପୂର୍ଣ୍ଣ ଥିଲା । ଅଞ୍ଚଳର ସମସ୍ତ ଭାଇ ଭଉଣୀ ମାନଙ୍କ ସହଯୋଗରେ ଏକ ଭବ୍ୟ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରିଥିଲେ ହେଁ, ପଦ୍ମପୁର ଏବଂ ଗୁରୁତୀର୍ଥର ଭାଇ ଭଉଣୀଙ୍କ ସହଯୋଗ ଓ ଶ୍ରମଦାନ ଯଥେଷ୍ଟ ରହିଥିଲା ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed