October 5, 2024

କାଶୀନଗର ଏନ ଏ ସିର 13ତମ ସାଧାରଣ ସଭା 

Share

 

 

 

କାଶୀନଗର

ତା 18/7/24

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର 13 ତମ ସାଧାରଣ ବୈଠକ ଆଜି ପରିଷଦ କାର୍ଯ୍ୟାଳୟ ବୈଠକ ଗୃହ ମଧ୍ୟରେ ପରିଷଦର ଅଧ୍ୟକ୍ଷା ଏମ. ସୁଧାରାଣୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି. ପାରଳାଖେମୁଣ୍ଡି ଯୁବ ବିଧାୟକ ଇଁ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ. ଏନ ଏ ସି ସି ଓ ଉଜ୍ୱଳତା ସ୍ୱାଲ ସିଂ ପୂର୍ବ ବୈଠକ ରେ ହୋଇଥିବା ଉନ୍ନୟନ କାମ ବିଷୟରେ ବିବରଣୀ ପାଠ କରି ଶୁଣେଇଥିଲେ.

ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ସାହୁ ଉପସ୍ଥିତ ରହି ଆଗାମୀ ଦିନରେ ହେବାକୁ ଥିବା ଏବଂ ଚାଲୁ ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଉପସ୍ଥିତ ଥିବା ୱାର୍ଡ କାଉନସିଲ ମାନଙ୍କୁ ଅବଗତ କରିଥିଲେ. କାଉନସିଲର ଜୀବରତ୍ନମ ୱାର୍ଡ ନଂ 1,2 ଓ 3 ୱାର୍ଡରେ ରହୁଥିବା ବାସିନ୍ଦା ପାଣି ର ଘୋର ଅଭାବ ଥିବା ଅଭିଯୋଗ ଆଣିଥିଲେ. କାର୍ଯ୍ୟନିର୍ବାହୀ ଅଧିକାରୀ ପାଣି ପାଇଁ ପ୍ରାୟ 3କୋଟି ଟଙ୍କା ର ପ୍ରକଳ୍ପ କାର୍ଯ୍ୟକାରୀ ଆଗାମୀ ଦିନରେ ହେଉଛି ଏବଂ ବର୍ତମାନ ସମସ୍ୟା ସମାଧାନ ପାଇଁ ପାଣି ପାଇପ ଗୁଡିକ ମରାମତି କରାଯାଉଛି ବୋଲି କହିଥିଲେ. କୋମ୍ୟୁନିଟି ପାଇଖାନା ସବୁ କିଛି ସ୍ୱଚ୍ଛତା ନ ଥିବା କଥା ଉପାଧ୍ୟକ୍ଷ ରଘୁରାମ ସାହୁ ଅଭିଯୋଗ ଆଣିଥିଲେ. ନୂତନ ଆହାର କେନ୍ଦ୍ର ବଜାର ମଧ୍ୟରେ କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଅଧ୍ୟକ୍ଷା ସୁଧରାଣୀ ସୂଚନା ଦେଇଥିଲେ . ଏନ ଏ ସି ମଧ୍ୟରେ ବିଜୁଳି ବାବଦରେ କେତେ ଖର୍ଚ୍ଚ ହୋଇଛି ସେ ବିଷୟରେ ପଚାରି ଉପାଧ୍ୟକ୍ଷ ଥିଲେ. 2008 ମସିହାରୁ ପୋଖରୀ ସୌନ୍ଦର୍ଯ୍ୟ କାରଣ ପାଇଁ କେତେ ଖର୍ଚ୍ଚ ହୋଇଛି, 5 କୋଟି ଟଙ୍କା ଦୁଇଟି କଲ୍ୟାଣ ମଣ୍ଡପ, ସ୍ମଶାନ ଘାଟ ପାଇଁ ଆସିଥିବା 69 ଲକ୍ଷ କାହିଁକି ପଡି ରହିଛି, ପଥ ପ୍ରାନ୍ତ ଚୈର 50 ଟି ଆସିଥିଲା କିନ୍ତୁ କାର୍ଯ୍ୟକାରୀ କାହିଁକ ହୋଇନି, 13 ଟି ୱାର୍ଡରେ ସ୍ୱଚ୍ଛତା ପାଇଁ ଆସିଥିବା ଟଙ୍କା କିପରି ଖର୍ଚ୍ଚ ହୋଇଛି ବୋଲି ୱାର୍ଡ ସଦସ୍ୟ ମାନେ ପ୍ରଶ୍ନ କରି ସେ ବିଷୟରେ ବୁଝିବାରୁ ସ୍ଵଛତା ରକ୍ଷା କରିବା ପାଇଁ ଉଆଳି ପାରିବହନ ଗାଡି ସବୁ ଖରାପ ହୋଇଛି ଏବଂ ବର୍ତମାନ ଗୋଟେ ପରିମଳ ଗାଡି କିଣିବାକୁ ପ୍ରସ୍ତାବ ହୋଇଛି. 2 ନଂ ୱାର୍ଡରେ ରାସ୍ତା ପାର୍ଶ୍ୱ ଡ୍ରେନ କାମ କାହିଁକ ଅଟକି ରହିଛି ବୋଲି ମଧ୍ୟ ପଚାରି ଥିଲେ. ଭେଣ୍ଡିଂ ଜୋନ ସବୁ ପ୍ରତ୍ୟେକ ଉଠା ଦୋକାନୀ ମାନଙ୍କୁ 10000 ଟଙ୍କା ଜମା ଦେଇ ମାସିକ 300 ଟଙ୍କା ଦେବାକୁ ସ୍ଥରୀକୃତ ହୋଇଥିଲା. ବର୍ତମାନ ଯାଏଁ 28 ଜଣ ବ୍ୟବସାୟୀଙ୍କ ଆବେଦନ ଆସିଛି 35 ଭେଣ୍ଡିଂ ଜୋନ ରହିଥିବାରୁ ଅଧ୍ୟକ୍ଷା ସମସ୍ତ ଆବେଦନକରିଙ୍କୁ ସ୍ୱାୟତ୍ତ ଶାସନ ଦିବସ ଦିନ ଦେବାକୁ ଅଧ୍ୟକ୍ଷା କହିଥିଲେ. ଏନ ଏ ସି ର ହାଇ ପୱାର କମିଟି ଯାହା କି 6ଟି ମୁଖ୍ୟ ଡିପାର୍ଟମେଣ୍ଟ ନେଇ ଗଠିତ ସେହି କମିଟିକୁ ଏନ ଏ ସି ର 6 ଜଣ କାଉନସିଲର ବିରୋଧ କରୁଥିବା କଥା ଉପାଧ୍ୟକ୍ଷ କହି ଲିଖିତ ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ . ଏନ ଏ ସି ର ଆୟ ବ୍ୟୟ ଅଟକଳ ମାର୍ଚ୍ଚ 2024 ରୁ ଜୁନ 2024 ପର୍ଯ୍ୟନ୍ତ ଏକାଉଣ୍ଟଣ୍ଟ ଶିବ କୁମାର ଗୌଡ଼ ଉପସ୍ଥାପନା କରିଥିଲେ. ନୂତନ ଠିକାଦାର ଲାଇସେନ୍ସ ପାଇଁ ଆବେଦନ କରିବା ପାଇଁ ବିଜ୍ଞାପନ ଦେବାପାଇଁ ସ୍ଥରୀକୃତ ହୋଇଥିଲା.ଯେହେତୁ କାଶୀନଗର 1975 ମସିହାରୁ ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା ପାଇଥିଲେ ମଧ୍ୟ ଏହାର ଗୋଟେ ଲୋଗୋ ନ ଥିବା ହେତୁ ତୁରନ୍ତ ଏକ ଲୋଗୋ କରିବା ପାଇଁ ନିଷ୍ପତି ନିଆଯାଇଥିଲା. ଏନ ଏ ସି ମଧ୍ୟରେ ଥିବା ସବୁ କମ୍ୟୁନିଟି ହାଲ ସବୁ ସେହି ୱାର୍ଡ ର ରାଜନୈତିକ ବ୍ୟକ୍ତି ମାନଙ୍କ ଅକ୍ତିଆର ରେ ରହିଥିବା ଅଭିଯୋଗ ଆଣି ବୈଠକ ଗୃହ ରେ ହଟଗଳ ହୋଇଥିଲା. ବୈଠକ ରେ ଏନ ଏ ସି ର ପ୍ରାୟ ସମସ୍ତ କାଉନସିଲର ଉପସ୍ଥିତ ଥିଲେ. ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବୈଠକକୁ ଡକା ନ ଯାଇଥିବାରୁ ଏହି ପ୍ରସଙ୍ଗ ଉପରେ ଅଧ୍ୟକ୍ଷା ବୈଠକ କୋଠରୀ ବହୁତ ଛୋଟ ବୋଲି କାରଣ ଦର୍ଶାଇ ଥିଲେ.

 

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର