November 25, 2024

ଓଡିଶା ପତ୍ରକାର ସଂଘ ପକ୍ଷରୁ ମାଁ ମାଇଁ ବୃକ୍ଷଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ

Share

ରାୟଗଡ: ଓଡିଶା ପତ୍ରକାର ସଂଘ ରାୟଗଡ ଜିଲ୍ଲା ଶାଖା ଆନୁକୂଲ୍ଯରେ ମାଁ ମାଝୀଘରିଆଣୀ ପୂଜା କମିଟି, ଶାଇପ୍ରିୟା ନଗର ଏବଂ ରାୟଗଡ ବନାଞ୍ଚଳ, ରାୟଗଡ ସହଯୋଗରେ ଶାଇପ୍ରିୟା ସ୍ଥିତ ମାଁ ମଝୀଘରିଣୀ ପୂଜା ମଣ୍ଡପ ଚାରିପାଖ ସହ ସେହି ରାସ୍ତର କଢରେ ସଂଘଠନ ପକ୍ଷରୁ ମାଁ ପାଇଁ ବୃକ୍ଷଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ବନ ମହୋତ୍ସବରେ ଶ୍ରୀ ଅଶୋକ କୁମାର ପ୍ରଧାନ, ଏସିଏଫ୍, ରାୟଗଡ ବନଖଣ୍ଡ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ଶୁଭାରମ୍ଭ କରିଥିବା ବେଳେ, ବିଶିଷ୍ଠ ଅତିଥି ଭାବେ ଏମ୍ ଚିନ୍ନାରାଓ, ସଭାପତି ମାଁ ମଝୀଘରିଣୀ ପୂଜା କମିଟି, ଶାଇପ୍ରିୟା ନଗର, ସମ୍ମାନିତ ଅତିଥି ରୂପେ କାମେଶ୍ବର ଆଚାରୀ, ବନାଞ୍ଚଳ ଅଧିକାରୀ, ରାୟଗଡ, ଅବିନାଶ ମିଶ୍ର, ଓଡିଶା ପତ୍ରକାର ସଂଘ ରାଜ୍ଯ ସଭାପତି, ଭୁବନେଶ୍ବର, ରାମଦାସ ଲିମା, ରାଜ୍ଯ ସଧାରଣ ସମ୍ପାଦକ, ରାୟଗଡ ସଂଯୋଜନା କରିଥିବା ସହ ବୃକ୍ଷରୋପଣ କରିଥିବା ବେଳେ, ଗୌରୀଶଙ୍କ ପଟ୍ଟନାୟକ, ଗୁରୁପ୍ରସାଦ ସାହୁ, ଶିବ ପ୍ରସାଦ ପାଢୀ, ରଞ୍ଜନ କୁମାର ମହାନ୍ତି, ଦୀପକ କୁମାର ପୃଷ୍ଠୀ ଓ ସଂଘ ସଦସ୍ଯ ଯୋଗଦେଇ ବୃକ୍ଷରୋପଣ କରିଥିବା ବେଳେ ଅଂଚଳର ବହୁ ମାନ୍ଯଗନ୍ଯ ଯୋଗଦେଇ ସଂଖ୍ଯାଧିକ ବୃକ୍ଷରୋପଣ କରିଥିଲେ | ବୃକ୍ଷରୋପଣର ଉଦ୍ଧେଶ ଓ କାର୍ଯ୍ଯକାରିତା ସମ୍ପର୍କରେ ଉପସ୍ଥିତ ଅତିଥି ଗଣ ନିଜନିଜ ବକ୍ତବ୍ଯ ରଖିଥିବା ବେଳେ ବୃକ୍ଷରୋପଣ କରିବା ସହ ତାହାକୁ ଜୀବୀତ ରଖିବାକୁ ରାମଦାସ ଲିମା ପରାମର୍ଶ ଦେଇ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ |

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed