May 14, 2026

ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ…

IMG-20240717-WA0019
Share

 

ପାରଳାଖେମୁଣ୍ଡି,ତା.୧୭.୦୭.୨୦୨୪

 

ଗଜପତି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଶୁଭ ଉଦଘାଟିତ କରିଥିବା ବେଳେ ସ୍ଵାସ୍ଥ୍ୟ ଶିବିରର ମୁଖ୍ୟ ଅତିଥି ଭାବରେ ସୁଶ୍ରୀ ସ୍ଵାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତି, ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ଓ ଡାକ୍ତର ଏଲ୍.କେ.ବିଜୟ କୁମାର,ଜେମସ୍ ହସ୍ପିଟାଲ୍ ରାଗୋଲୁ ଶ୍ରୀକାକୁଲମ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିର ଜିଲ୍ଲା ପ୍ରଶାସନ ଓ ଜେମସ୍ ହସ୍ପିଟାଲ୍ ରାଗୋଲୁ ଶ୍ରୀକାକୁଲମ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲାର ମୋଟ ତିନିଶହ ରୁ ଉର୍ଦ୍ଧ ସରକାରୀ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ପରେ ସମସ୍ତ କର୍ମଚାରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମ୍ପର୍କିତ ବିଷୟରେ ଡାକ୍ତର ଏଲ୍.କେ.ବିଜୟ କୁମାର ସଚେତନତା କରାଇଥିଲେ ଓ ନିଜେ ନିଜ ସ୍ବାସ୍ଥ୍ୟ କୁ ସୁସ୍ଥ ରଖିବକୁ ହେଲେ ପ୍ରତିଦିନ ଏକ ଘଣ୍ଟା ବ୍ୟାମ କରିବା ପାଇଁ ସମସ୍ତଙ୍କୁ ଅବଗତ କରାଇଥିଲେ। ସୁସ୍ଥ ସ୍ଵାସ୍ଥ୍ୟ ସମ୍ପର୍କିତ ବିଷୟରେ ଡାକ୍ତରଙ୍କ ସହିତ ଫଙ୍ଖାନୁଫୁଙ୍ଖ ଆଲୋଚନା କରିଥିଲେ।

ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କାନ୍ତ ମହାନ୍ତି,ଡେପୁଟି କଲେକ୍ଟର ଶ୍ରୀ ପାଣକୃଷ୍ଣ ପାଣିଗ୍ରାହୀ, ଶ୍ରୀ କମଳକାନ୍ତ ପଣ୍ଡା ଓ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମାଧବନନ୍ଦ ନାୟକ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।