April 29, 2026

ମୋହନା ମୋହତ୍ସବ ରେ ଶ୍ରମମନ୍ତ୍ରୀ ଙ୍କ ଘୋଷଣା ମୋହନାରେ ହେବ ଶ୍ରମ କାର୍ଯ୍ୟାଳୟ

WhatsApp Image 2023-01-13 at 1.09.42 PM
Share

ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆଡମ୍ବର ସହ ମୋହନା ଉତ୍ସଵ ପାଳନ ହୋଇଛି।ଆଜି ପ୍ରଥମ ଦିନରେ ସ୍ଥାନୀୟ ଶିଶୁ ମନ୍ଦିର ଛାତ୍ରୀ ମାନେ ଉତ୍କଳ ଜନନୀ ବନ୍ଦନା ଗାନ କରି ଉତ୍ସଵ ଟିକୁ ଶୁଭାରମ୍ଭ କରିଥିଲେ।ବିଡ଼ିଓ ତପସ୍ୱିନୀ ହଂସଦା ଉପସ୍ଥିତ ଅତିଥି, ଦର୍ଶକ, ଜନ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖି ଉତ୍ସଵ ଟିକୁ ଉପଭୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ।ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଗଜପତି ଉତ୍ସଵ ଅବସରରେ ମୋହନା ଠାରେ ହେଉଥିବା ମୋହନା ଉତ୍ସଵ ସମ୍ପର୍କରେ ବିବରଣୀ ପଠନ କରିଥିଲେ।ଆଜି ମୋହନା ଉତ୍ସବରେ ସ୍ଥାନୀୟ ଅଞ୍ଚଳର କଳାକାର ମାନେ ନିଜ ନିଜ ପ୍ରତିଭା ଗୁଡିକ ପଦର୍ଶନ କରିଥିଲେ।ଉତ୍ସବରେ ରାଜ୍ୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ପରିଷଦ ଅଧକ୍ଷ, ଉପାଧକ୍ଷ ଙ୍କ ସମେତ ବଣିକ ସଙ୍ଘ ସଭାପତି ମନୋଜ କୁମାର ସାହୁ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ।ଏହା ସହ ଗ୍ରାମ ପଞ୍ଚାୟତ ସ୍ତରରେ ହୋଇଥିବା ପ୍ରତିଯୋଗିତା ଗୁଡିକରେ ଉତ୍ତୀର୍ଣ୍ଣ ହୋଇଥିବା କଳାକାର ମାନଙ୍କୁ ବ୍ଲକ ଅଧ୍ୟକ୍ଷ, ବିଡ଼ିଓ, ମୁଖ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ।ଏହା ସଙ୍ଗେ ରାଜ୍ୟର ପ୍ରସିଦ୍ଧ ସଂଗୀତ କାର ମାଣ୍ଟି ଛୁରିୟା ଏବଂ ତାଙ୍କ ଦଳ ଦର୍ଶକଙ୍କୁ ଉଲସିତ କରିଥିଲେ।

ଆଜି ଆଡମ୍ବର ପୂର୍ଣ ଉତ୍ସବରେ ରାଜ୍ୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ।ସଙ୍ଗରେ ସାଂସଦ ସାହୁ

ଜିଲ୍ଲା ପରିଷଦ ଉପାଧକ୍ଷ କୁନ୍ତଳା ମଳିକ, ବ୍ଲକ ଉପାଧକ୍ଷ ବାଲ୍ମୀନା ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଶୋଇ, ଚନ୍ଦ୍ର କୁମାର ମଳିକ, ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ ଯୁବ ସଙ୍ଘ, ବଣିକ ସଙ୍ଘ ଓ ଉନ୍ନୟନ ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ପାଳନ କରିଥିଲେ।

ବିଶିଷ୍ଟକଣ୍ଠ ଶିଳ୍ପୀ ମଣ୍ଟୁ ଛୁରିୟା ନିଜ ଯାଦୁରେ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲେ।ଏହା ସହ ଦର୍ଶକ ମାନେ ମଣ୍ଟୁ ଛୁରିୟା ଙ୍କ ଗୀତର ତାଳେ ତାଳେ ଝୁମିଥିଲେ।

ମନ୍ତ୍ରୀ ସାହୁ ମୋହନା ମୋଉତ୍ସବରେ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ଗଜପତି ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।