May 10, 2026

ଡିଭାଇଡର ଅଧପନ୍ତରିଆ, ବଢୁଛି ଜନ ଅସନ୍ତୋଷ 

IMG-20240712-WA0023
Share

ବୁଗୁଡ଼ା : ତା ୧୨/୦୭/୨୪ : ବୁଗୁଡ଼ା ସହରର ସୌନ୍ଦର୍ଯ୍ୟ କରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ରାସ୍ତାର ସୌନ୍ଦର୍ଯ୍ୟକରଣ ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ରାସ୍ତାରେ ହୋଇଥିବା ଡିଭାଇଡର ବ୍ୟବସ୍ଥା ଅଧପନ୍ତରିଆ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଥମ କରି ୨୦୧୪-୧୫ ଆର୍ଥିକ ବର୍ଷରେ ବୁଗୁଡ଼ା ସହର ଦେଇ ଯାଇଥିବା ୩୩ନଂ ରାଜ୍ୟ ରାଜପଥରେ ଡିଭାଇଡର ବ୍ୟବସ୍ଥା ହୋଇଥିଲା । ତେବେ କେବଳ ମଦନ ମୋହନ ଛକ ଠାରୁ ସିନେମା ହଲ୍ ଛକ ପର୍ଯ୍ୟନ୍ତ ଡିଭାଇଡର ନିର୍ମାଣ ହୋଇଥିଲେ ହେଁ ହାଇସ୍କୁଲ ଛକ ଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହୋଇ ଶୀତଳ ଭଣ୍ଡାରରେ ପଡି ରହିଛି । ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତାର ସଂକୀର୍ଣ୍ଣତା ଯୋଗୁଁ ଡିଭାଇଡର ହୋଇପାରୁ ନଥିବା ଦର୍ଶାଉଥିବା ବେଳେ ପୋଲସରା ସହରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତାରେ ଡିଭାଇଡର ବ୍ୟବସ୍ଥା ହୋଇଥିଲେ ହେଁ ସେହି ଏକା ନିର୍ବାଚନ ମଣ୍ଡଳୀରେ ଆସୁଥିବା ବୁଗୁଡ଼ା ସହର ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅସମ୍ପୂର୍ଣ ଡିଭାଇଡରକୁ ସମ୍ପୂର୍ଣ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ ଦାବି ହେଉଛି ।