October 5, 2024

ଉମରକୋଟ ଠାରେ ଦର ବୃଦ୍ଧି ପରେ, ନୀଳଗିରି ଚାଷ ପ୍ରତି ବଢୁଛି ଆଗ୍ରହ! ୧୦ ବର୍ଷ ଭିତରେ ଉମରକୋଟ ଓ ରାଇଘର ରେ ପାଣି ର ସଙ୍କଟ ଦେଖାଯିବ। ନେଇ ଆଶଙ୍କା…………

Share

 

 

ଉମରକୋଟ :-(ଏମ୍ .ଦିନା°ଶୁ ଆଚାରୀ)-ଦୀର୍ଘ ୫ ବର୍ଷ ହେବ ନୀଳଗିରି

ର ଦର କମିବା ପରେ ଲୋକେ ନୀଳଗିରି ଚାଷ ପ୍ରତି ମୁହଁ ମୋଡ଼ି ଦେଇଥିଲେ। ତେବେ ନୀଳଗିରି ର ଦାମ ୨ ଗୁଣ ବୃଦ୍ଧି ପାଇବା ସହ ମକା ଚାଷ ରେ ଏକ ପ୍ରକାର ଘାସ ବୃଦ୍ଧି ପାଇବା ଯୋଗୁ ଲୋକେ ଏବେ ମକା ଚାଷ କୁ ଛାଡି ନୀଳଗିରି ଚାଷ ପ୍ରତି ଆଗ୍ରହ ପ୍ରକାଶ କଲେଣି। ମିଳିଥିବା ସୂଚନା ଅନୁସାରେ ଲୋକେ ନୀଳଗିରି ରେ ଭଲ ପଇସା ରୋଜଗାର କରିବା ଆଶାରେ ନୀଳଗିରି ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ଥିଲେ। ଚାଷ ଆରମ୍ଭ ସମୟ ରେ ଚାଷୀ ଭଲ ପଇସା ରୋଜଗାର ମଧ୍ୟ କଲେ। କିନ୍ତୁ ଗତ ୫ ବର୍ଷ ହେଲା ନୀଳଗିରି ୧ ଟନ ର ଦାମ ୪୫୦୦ ରୁ ୫୦୦୦ ଟଙ୍କାକୁ ଖସିଯିବ। ପରେ ନୀଳଗିରି ଚାଷ ପ୍ରତି ମୁଁହ ମୋଡ଼ି ମକା ଚାଷ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। କିନ୍ତୁ ବର୍ତ୍ତମାନ ନୀଳଗିରି ଟନ ପିଛା ୧୦ ହଜାର ଟଙ୍କା ବୃଦ୍ଧି ପାଇବା ରୁ ଚଳିତ ବର୍ଷ ରୁ ଚାଷୀ ମାନେ ଜୋର୍ ସୋର ରେ ନୀଳଗିରି ଚାଷ ବୃଦ୍ଧି କରି ଦେଇଛନ୍ତି। ଅପର ପକ୍ଷେ ବର୍ତ୍ତମାନ ଆଦିବାସୀ ଭାଷା ରେ ବର୍ତ୍ତମାନ ମକା ଚାଷ ରେ ଜନ୍ଦ୍ର୍ତି ଲ।ଟା ନାମକ ଏକ ପ୍ରକାର ର ଘାସ ଗତ ୩ ବର୍ଷ ହେଲା ଏତେ ଦୃତ ଗତି ରେ ବୃଦ୍ଧି ପାଇବାରେ ଲାଗିଛି ଯେ ଘାସ ମରା ଔଷଧ ମାରିବା ସତ୍ତ୍ୱେ ଏହି ଘାସ ମରୁ ନାହାନ୍ତି। ମକା କୁ ଚାଷୀ ଦେଇଥିବା ରାସାୟନିକ ସାର ଏହି ଘାସ ଶୋଷି ଦେବା ଯୋଗୁଁ ମକା ଗଛ କୁ ସାର ମିଳୁନାହିଁ। ଫଳରେ ଚାଷୀ ଏହି ଯନ୍ଦ୍ର୍ତି ଲଟା ପ୍ରତି ଏତେ ଭୟଭୀତ ହୋଇ ଗଲେଣି ଯେ ମକା ଚାଷ କରିବା ପାଈଁ ଭୟ କଲେଣି। ଶ୍ରମିକ ର ଘୋର ଅଭାବ, ଶଙ୍କର ମକା ବିହନର ଅହେତୁକ ଦର ବୃଦ୍ଧି, ରାସାୟନିକ ସାରର ଘୋର ଅଭାବ,ଜନ୍ଦ୍ର୍ତ୍ତି ଲ।ଟା ର ପ୍ରଭାବ ଓ ନୀଳଗିରି ର ଦର ରେ ହଠାତ ବୃଦ୍ଧି ପାଇବା ଯୋଗୁ ଲୋକେ ଏବେ ମକା ଚାଷ ଛାଡି ନୀଳଗିରି ଚାଷ ପ୍ରତି ଆଗ୍ରହ ପରିଲକ୍ଷିତ କରୁଛନ୍ତି। ନୀଳଗିରି ଚାରା ସାଧାରଣତଃ ବଜାରରେ ୪ ରୁ ୭ ଟଂକା ରେ ବିକ୍ରୀ ହେଉଛି।ଏହି ଚାରା ପ୍ରାୟ କାକିନାଡ଼ା, ବିଶାଖାପାଟଣା ଓ ତେଲେଙ୍ଗାନା ରାଜ୍ୟ ରୁ ଏହି ଅଞ୍ଚଳ କୁ ବିକ୍ରୀ ପାଈଁ ଆସୁଛି। ଅନୁମାନ କରା ଯାଇଛି ଯେ ବର୍ତ୍ତମାନ ଉମରକୋଟ ଓ ରାଇଘର ଅଂଚଳ କୂ ବର୍ତ୍ତମାନ ଦୈନିକ ପ୍ରାୟ ୫୦ ପିକ ଅପ ଗାଡ଼ି ରେ ନୀଳଗିରି ଚାରା ଆସୁଅଛି। ଏଠାରୁ ନୀଳଗିରି କାଠ ମହାରାଷ୍ଟ୍ର ର ମୁମ୍ୱାଇ ସମେତ ବିଭିନ୍ନ ସହର କୁ ଯାଉଛି ସେଠାରେ କି ପ୍ଲାଇ ନିର୍ମାଣ ହେଉଛି। ନୀଳଗିରି କାଠ ଟ୍ରେନ ରେ ରାୟପୁର ରୁ ମହାରାଷ୍ଟ୍ର ର ବିଭିନ୍ନ ସହର କୁ ରପ୍ତାନି ହେଉ ଅଛି। ନୀଳଗିରି ଚାଷ ରେ ରେ ଖାଲି ଚାରା ରୋପଣ ଓ କିଛି ସାର ପକାଇ ପରେ ଚାଷୀ କୁ ଆଉ କୌଣସି ଟଂକା ଖର୍ଚ୍ଚ କରିବାକୁ ପଡି ନ ଥାଏ। ଥରେ ନୀଳଗିରି ଚାରା ଲଗାଇବା ପରେ ୩ ବର୍ଷ, ୬ ବର୍ଷ ଓ ୧୦ ବର୍ଷ ରେ ଏପରି ୩ ଥର ଗଛ କୁ କାଟି କି ବିକ୍ରୀ କରେ। ଥରେ ଲଗାଇବା ମାତ୍ରେ ୧୦ ବର୍ଷ ରେ ୩ ଥର ଅର୍ଥ ରୋଜଗାର କରେ। ବର୍ତ୍ତମାନ ଛତିଶଗଡ ସୀମା ରୁ ଆରମ୍ଭ କରି କୋରାପୁଟ ଜିଲ୍ଲା ଯାଇ ପ୍ରଚୁର ପରିମାଣ ରେ ନୀଳଗିରି ଚାଷ ହୋଇଥିବା ପରିଲକ୍ଷିତ ହେଉଛି। ଫଳରେ ବୁଦ୍ଧି ଯିବି ଓ ପରିବେଶ ବିତ ଙ୍କ ମଧ୍ୟ ରେ ଭୂତଳ ଜଳ କମି ଯାଉ ଥିବା ନେଇ ଆଶଙ୍କା ପ୍ରକଟକରିଛନ୍ତି। ଏହି ନୀଳଗିରି ଗଛ ଯେଉଁ ଅଂଚଳ ରେ ଲାଗିଛି ସେହି ଅଞ୍ଚଳର ପୋଖରି, କୂଅ, ନଳ କୂଅ ଓ ଏପରି କି ଜମି ରେ ଥିବା ପାଣି କୁ ମଧ୍ୟ ନୀଳଗିରି ଗଛ ଟାଣି ନେଉଛି। ବର୍ତ୍ତମାନ ଯେଉଁ ପରିମାଣ ରେ ନୀଳଗିରି ଚାଷ ବୃଦ୍ଧି ପାଇବାରେ ଲାଗୁଛି ଯଦି ଏହା ଏପରି ବଳ ବତର ରୁହେ ତେବେ ଆଗାମୀ ୧୦ ବର୍ଷ ରେ ଉମରକୋଟ ଓ ରାଇଘର ଅଞ୍ଚଳରେ ପାଣି ପାଈଁ ହାହାକାର ହୋଇଯିବ ବୋଲି ବୁଦ୍ଧି ଯିବି ମହଲରେ ସତର୍କ କରାଇ ଦିଆ ଯାଉଛି। କାଳ ବିଳମ୍ୱ ନ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହି ନୀଳଗିରି ଚାଷ ପ୍ରତି ଅଙ୍କୁଶ ନ ଲଗାଇଲେ ପାଣିର ର ଘୋର ସଙ୍କଟ ଦେଖାଯିବ ବୋଲି ବୁଦ୍ଧି ଯିବି ଓ ପରିବେଶ ବିତ ମାନେ ସତର୍କ କରାଇ ଦେଇଛନ୍ତି।