November 26, 2024
Share

୧-ପୁରୀ: ଆଡ଼ପ ପହଣ୍ଡି ବିଜେ ବେଳେ ଅଘଟଣ, ଝୁଙ୍କି ପଡ଼ିଲେ ବଡ଼ ଠାକୁର,୧୨ ସେବକ ଆହତ।

୨-ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା।

୩-ବଣ୍ଟନ ହେଲା ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ,ଆଜି ପାଇପାରିବେ ସ୍କୁଲରୁ।

୪-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ ଜିନ୍ଦଲ: ଅନୁଗୋଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ବର ସର୍ବବୃହତ ଇସ୍ପାତ ପ୍ଲାଣ୍ଟ।

୫-ପୋତି ହୋଇ ପଡୁଛି ମହାନଦୀ: ହ୍ରାସ ପାଉଛି ଜଳପ୍ରବାହ, ଲୁପ୍ତ ପ୍ରାୟ ମତ୍ସ୍ୟ ସମ୍ପଦ।

୬-୧୩ରୁ ବଢ଼ିବ ବର୍ଷାର ପରିମାଣ, ୪ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ।

୭-ପୁରୁଣା ସ୍କୁଲ ପାଇବ ନୂଆ ରୂପ, ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ୍।

୮-CM ମୋହନ ମାଝୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି;ରସୁଲଗଡ ଛକରେ କାରକେଡ ସାମ୍ନାକୁ ଆସିଗଲେ ମହିଳା।

୯-ଆନନ୍ଦପୁର କେଶଦୂରାପାଳ ହାଇସ୍କୁଲ: ସ୍କୁଲରେ ହଠାତ୍ ୧୨ଛାତ୍ରୀ ଅସୁସ୍ଥ, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି।

୧୦-ଭଦ୍ରକ ମହିଳା ମହାବିଦ୍ୟାଳୟ:କଲେଜ ଅଧ୍ୟକ୍ଷାଙ୍କୁ ଅଧ୍ୟାପିକାଙ୍କ ଚାପୁଡ଼ା ମାଡ଼, ସିସିଟିଭିରେ କଏଦ ହେଲା ଦୃଶ୍ୟ।

୧୧-ଆଗାମୀ ୧୪ରେ ଖୋଲିପାରେ ରତ୍ନଭଣ୍ଡାର: ସରକାରଙ୍କ ଅନୁମତିକୁ ଅପେକ୍ଷା।

୧୨-ସୋର :ବନ୍ଧୁକ ମୁନରେ ୧୨ ଲକ୍ଷ ଟଙ୍କା ଲୁଟ୍, ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଆହତ।

୧୩-କଟକିଆଙ୍କୁ ଛାନିଆ କଲାଣି ଡେଙ୍ଗୁ, ଏବେ ସୁଦ୍ଧା ୧୨ ରୋଗୀ ଚିହ୍ନଟ,ମୁକାବିଲା ପାଇଁ CMCର ପ୍ରସ୍ତୁତି।

୧୪-ଓଡ଼ିଶାରେ ହେବ ଅଧିକ ଦୁଗ୍ଧ ଉତ୍ପାଦନ, ଗୋପାଳନ ପାଇଁ ସରକାର ଦେବେ ପ୍ରୋତ୍ସାହନ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

୧୫-କପିଳାସ:ଉପାସରେ ବାବା ଚନ୍ଦ୍ରଶେଖର; ଦୁଇଦିନ ହେବ ନୀତିକାନ୍ତିରେ ବିଳମ୍ବ।

୧୬-ଅପେକ୍ଷାରେ ବିଜେପି ଦ୍ୱିତୀୟ ପୀଢିର ନେତା: ନିଗମ ଓ ବିଧାନ ପରିଷଦ ଉପରେ ଆଖି, ବଡ ନେତାଙ୍କ ଘରେ ଜମିଲାଣି ଭିଡ।

୧୭-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷର ସର୍ବୋଚ୍ଚ ସମ୍ମାନ, କହିଲେ-ଏହା ଦୁଇ ଦେଶର ବନ୍ଧୁତାର ପ୍ରତୀକ।

୧୮-ମୁମ୍ବଇ ବିଏମଡବ୍ଲ୍ୟୁ ହିଟ୍ ଆଣ୍ଡ ରନ୍ ମାମଲା: ଶିବସେନା ନେତାଙ୍କ ପୁଅ ଗିରଫ।

୧୯-୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଆଜି।

୨୦-ଋଷରେ ୨ଟି ବାଣିଜ୍ୟିକ ଦୂତାବାସ ଖୋଲିବ ଭାରତ।

*🙏 ସୁପ୍ରଭାତ 🙏*

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed