ଆଜିର ଆଜିର…
୧-ଆଜି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା: ଆଜ୍ଞାମାଳ ପରେ ସିଂହଦ୍ବାରରେ ଲାଗିଲା ୩ ରଥ, ଅପରାହ୍ନରେ ପହଣ୍ଡି, ସନ୍ଧ୍ୟା ୫ଟାରେ ରଥଟଣା।
୨-ରଥଯାତ୍ରା ପାଇଁ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ପୁଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ୱର ଜାରି:6370967100
୩-ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ଉତ୍କଳମଣିଙ୍କ ଅବଦାନ ଅବିସ୍ମରଣୀୟ – ରାଷ୍ଟ୍ରପତି।
୪-ସରକାରଙ୍କ ଉପରେ ପରିଷଦ ଚାପ: ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ବଢ଼ିଲା ଦାବି।
୫-ବଢ଼ିବ ପିଏମ କିଷାନ ହିତାଧିକାରୀଙ୍କ ସଂଖ୍ୟା, ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।
୬-ଆଠଗଡରେ ୨୪ଟି ସ୍କୁଲର ପୁନରୁଦ୍ଧାର ଓ ଶିକ୍ଷକ ପଦବୀ ପୂରଣ ଲାଗି ଦାବି କଲେ ବିଧାୟକ ରଣେନ୍ଦ୍ର ପ୍ରତାପ।
୭-ରଥଯାତ୍ରାରେ ଟ୍ରାଫିକ୍ ସୁପରିଚାଳନା କରିବ ଏଆଇ, ବିଭିନ୍ନ ସୂଚନା ପାଇଁ ହ୍ବାଟ୍ସଆପ୍ ଚାଟ୍ର ବ୍ୟବସ୍ଥା।
୮-‘ରତ୍ନଭଣ୍ଡାର ଖୋଲିବା ନେଇ ଜଷ୍ଟିସ୍ ରଥଙ୍କ ବଡ଼ ବୟାନ, ଡୁପ୍ଲିକେଟ୍ ଚାବିରେ ନ ଖୋଲିଲେ ଭଙ୍ଗାଯିବ ତାଲା’।
୯-ଭୁବନେଶ୍ୱର:ନାମ ବଦଳାଇବା ରାଜନୀତି ଛାଡ଼ି ପ୍ରତିଶ୍ରୁତି ପୂରଣ କର: ବିଜେଡ଼ି
୧୦-ଭୁବନେଶ୍ୱର:ଖାଲି ପଡ଼ିଛି ଲକ୍ଷେ ୩୪ ହଜାର ସରକାରୀ ପଦ, ଖୁବ୍ ଶୀଘ୍ର ପୂରଣ ହେବ ୯୩ ହଜାର ପଦବି।
୧୧-ଆଜି ପୁରୀ ଯିବେ ରାଷ୍ଟ୍ରପତି, ରାତିରେ ପୁରୀରେ ରହିବେ।
୧୨-ପଟିଆ ନିକଟସ୍ଥ ପଦ୍ମକେଶରୀପୁର ଗାଁ:ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୧୫ରୁ ଅଧିକ ବୋମାମାଡ଼।
୧୩-କିଟ୍ ଓ କିସ୍ ରେ ପାଳିତ ହେଲା ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୬ତମ ତିରୋଧାନ ଦିବସ।
୧୪-ପୁରୀ: ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ବନ ବିଭାଗର ବଡ଼ ଯୋଜନା, ବାଲୁଖଣ୍ଡ ଅଭୟାରଣ୍ୟରେ ଆରମ୍ଭ ହେବ ଜଙ୍ଗଲ ସଫାରୀ।
୧୫-ପୁରୀ: ବଡ଼ ଦାଣ୍ଡ ସଫାକରି ସ୍ବଚ୍ଛତାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ।
୧୬-ଜୁଲାଇ ୨୨ରେ ଆରମ୍ଭ ହେବ ବଜେଟ୍ ଅଧିବେଶନ,ବଜେଟ୍ ନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ।ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍।
୧୭-SAILରେ ପୂରଣ ହେବ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ; ସୁଯୋଗ ନେବେ ଇଂଜିନିୟରିଂ ପିଲା।
୧୮-ବିହାରରେ ପ୍ରବଳ ବର୍ଷା, ୨୪ ଘଣ୍ଟାରେ ୯ ଜଣଙ୍କର ମୃତ୍ୟୁ।
୧୯-ଶ୍ରୀନଗର:ଦ୍ରୃତ ବେଗରେ ତରଳୁଛି ଅମରନାଥ ଶିବଲିଙ୍ଗ, ଯାତ୍ରା ସାମୟିକ ସ୍ଥଗିତ।
୨୦-ଆସାମରେ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ, ୬୨ ଜଣଙ୍କ ମୃତ୍ୟୁ l
୨୧-ଅହମଦାବାଦରେ ରାହୁଲଙ୍କ ବଡ଼ ଘୋଷଣା, କହିଲେ-ଗୁଜରାଟରେ ନରେନ୍ଦ୍ର ମୋଦି ଓ ବିଜେପିକୁ ହରାଇବ କଂଗ୍ରେସ।
୨୨-୧୧୬ ରନ୍ କରିପାରିଲାନି ଟିମ୍ ଇଣ୍ଡିଆ, ୧୩ ରନ୍ରେ ହରାଇଲା ଜିମ୍ବାଓ୍ୱେ।
