May 14, 2026

ବାରଣାସୀ ଉଚ୍ଚ ବିଦ୍ୟାଳୟରେ 75 ତମ ମୋହଉତ୍ସବ ପାଳନ

IMG-20240706-WA0058
Share

କାଶୀନଗର
ତା 6/7/24
ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଠାରେ ଥିବା ବାରଣାସୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବନ ମୋହଉତ୍ସବ ସପ୍ତାହ ସମୟରେ କାଶୀନଗର ରେଞ୍ଜେର ଏସ କେ ବେହେରା ଓ ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥନୀୟ ବରିଷ୍ଠ ନାଗରିକ ହୃଷିକେଶ ଗୌଡ଼ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହୃଷିକେଶ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳବାୟୁ ଏବଂ ଜଳ ସଂରକ୍ଷଣ ସହ ଲୋକଙ୍କୁ ଚାଲିବାକୁ ହେଲେ ବୃକ୍ଷ ରୋପଣ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବରେ ବନ ବିଭାଗର ଅଧିକାରୀ ଏସ କେ ବେହେରା ନିଜ ବକ୍ତବ୍ୟରେ ବୃକ୍ଷ ରୋପଣ ଦ୍ବାରା କଣ ଲୋକଙ୍କ ହିତରେ ଆସେ ବର୍ଣ୍ଣନା କରିବା ସହ ଜଙ୍ଗଲ ହେଉଛି ପ୍ରକୃତି ର ସର୍ବୋତକୃଷ୍ଟ ପରିସଂସ୍ଥା ଅର୍ଥାତ ସାମାଜିକ, ଆଧ୍ୟାତ୍ମିକ ଓ ସଂସ୍କୃତିକ ଦୃଷ୍ଟି କୋଣରୁ ଏହାର ଭୁମକା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ଏହାର ସୁରକ୍ଷା ଓ ସମ୍ବର୍ଦ୍ଧନା କରିବା ଏକ ଏଇଶ୍ୱରୀୟ କାର୍ଯ୍ୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ଉପସ୍ଥିତ ଥିବା ଛାତ୍ର ଛତ୍ରୀ ଙ୍କୁ ବୃକ୍ଷ ରୋପଣ ର ଉପକାରିତା ବିଷୟରେ ବୁଝାଇ ସମସ୍ତ ଶିଶୁ ଅନ୍ତତଃ ଗୋଟେ ବୃକ୍ଷ ରୋପଣ କରି ତାର ଯତ୍ନ ନେଲେ ବର୍ତମାନ ଜଳବାୟୁ ପରିବର୍ତନ ର ଯେଉଁ ସମସ୍ୟା ସାରା ଦେଶ ରେ ଉପୁଜିଛି ତାହା କେତେ କଂଶ ରେ କମିଥାନ୍ତା ବୋଲି ବୁଝାଇ ଥିଲେ. ଏହି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆତ, ପିଜୁଳି, ନିମ୍ବ ଏହିପରି ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ କାଶୀନଗର ଫୋରେଷ୍ଟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ବାରଣାସୀ ବିଦ୍ୟାଳୟର କର୍ମଚାରୀ ବୃନ୍ଦ ଆନନ୍ଦର ସହ ବୃକ୍ଷ ରୋପଣ କାର୍ଯ୍ୟ ପାଳନ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବିଦ୍ୟାଳୟ ପରିସର ମଧ୍ୟରେ ଏକ ସବୁଜ ପରିବେଶ ସହ ଔଷଧୀୟ ବୃକ୍ଷ ରୋପଣ କରି ଏକ ହେର୍ବଲ ବଗିଚା ସୃଷ୍ଟି କରିବାକୁ ଲକ୍ଷ ରଖାଯାଇଛି.ଏକ ସୁସ୍ଥ ସମାଜ ଓ ପ୍ରଦୂଷଣ ମୁକ୍ତ ଗଠନ ପାଇଁ ବୃକ୍ଷ ରୋପଣ ଅନିବାର୍ଯ୍ୟ.
ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର