October 6, 2024

ବେଠିଆବୋରଦା ବିଦ୍ଯାଳୟରେ ବନ ମହୋତ୍ସବ ପାଳିତ

Share


ବୁଗୁଡ଼ା : ତା ୦୫/୦୭/୨୪ : ବୁଗୁଡା ବ୍ଲକର ବେଠିଆବୋରଦା ଗ୍ରାମସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିନ୍ଦ୍ର ବିଶ୍ବାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର , ସମ୍ମାନିତ ଅତିଥି ଭାବେ ସିଆରସିସି ଶଶିକାନ୍ତ ମହାପାତ୍ର ଓ ମାନସ ରଞ୍ଜନ ସେଠୀ , ଏସ୍ଏମସି ସଭାନେତ୍ରୀ ସୁଲୋଚନା ସ୍ବାଇଁ , ସିମାଞ୍ଚଳ ସେଠୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବନ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ଓ ବୃକ୍ଷର ମହାତ୍ମ ଉପରେ ଆଲୋକପାତ କରିଥିଲେ । ଏ ଅବସରରେ ଅତିଥି ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଓ୍ବାର୍ଡ ମେମ୍ବର ଲିଲି ବେହେରା , ଅଙ୍ଗନଓ୍ବାଡି କର୍ମୀ ସୁନନ୍ଦା ଗୌଡ ଓ ମଞ୍ଜୁଳା ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ନିଳାଦ୍ରୀ ବିହାରୀ ପ୍ରଧାନ ଓ ସୀତାରାମ ତ୍ରିପାଠୀ ପରିଚାଳନା କରିଥିଲେ ।