November 26, 2024

ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ସହ ଷ୍ଟାଫନର୍ସ ନିଯୁକ୍ତି ଦାବି, ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ମରୁଡ଼ି…

Share

ରାମନାଗୁଡା ରାଜ୍ୟ ସରକାର ରୋଗୀ ସଂଖ୍ୟା ବୃଦ୍ଧି କୁ ଦୃଷ୍ଟିରେ ରଖି ରୋଗୀ ଙ୍କ ଉତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ନୂତନ ଭାବେ ମେଡ଼ିକାଲ କୋଠା ଉଦଘାଟନ କରିଛନ୍ତି । ସେହିପରି ରାମନାଗୁଡା ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉନ୍ନୀତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି, ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ଏଭଳି ଉନ୍ନତି ମୂଳକ କାର୍ଯ୍ୟ ସାଧାରଣ ରେ ସ୍ୱାଗତଯୋଗ୍ୟ ପଦକ୍ଷେପ କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ନିମନ୍ତେ ରାୟଗଡା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ସଂଖ୍ୟା ବୃଦ୍ଧି କୁ ନଜର ରେ ରଖି ୨୦୨୩ ମସିହା ଜାନୁଆରୀ ମାସରେ ନୂତନ ଭାବେ ଦୁଇ ମହଲା କୋଠା ନିର୍ମାଣ କରାଯାଇ ତାହା ଏବେ କାର୍ଯ୍ୟକ୍ଷମ କରାଯାଇଛି କିନ୍ତୁ ପରିତାପର ବିଷୟ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାମନାଗୁଡା ବ୍ଲକ ସମେତ କୋଲନରା ବ୍ଲକ ର ମୁକୁନ୍ଦପୁର ,ପଦ୍ମପୁର ବ୍ଲକ ର ଡେରିଗାଁ, ନାଇରା, ବିଷମକଟକ ବ୍ଲକ ର ଦୁର୍ଗୀ ଅଞ୍ଚଳ ରୁ ଦୈନିକ ଶତାଧିକ ପୁରୁଷ ଓ ମହିଳା ରୋଗୀ ଚିକିତ୍ସା ପାଇଁ ଏହି ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି ,କିନ୍ତୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ ବିଶେଷଜ୍ଞ ,ସ୍ତ୍ରୀ ଓ ପୁରୁଷ ରୋଗ ବିଶେଷଜ୍ଞ ,ଶିଶୁ ରୋଗ ବିଶେଷଜ୍ଞ ଅସ୍ତିଶଲ୍ୟ ବିଶେଷଜ୍ଞ ଚାରି ଜଣ ରହିବା କଥା କିନ୍ତୁ ବିଶେଷଜ୍ଞ ନିଯୁକ୍ତି ବଦଳରେ ତିନି ଜଣ ମହିଳା ଏମବିବିଏସ ଆସିଷ୍ଟାଣ୍ଟ ସର୍ଜନ ଦୁଇ ଜଣ ପୁରୁଷ ଆସିଷ୍ଟାଣ୍ଟ ସର୍ଜନ କୁ ନିଯୁକ୍ତି ଦିଆଯାଇଛି ।ଏହି ପାଞ୍ଚ ଡାକ୍ତର ଙ୍କ ମଧ୍ୟରୁ ଜଣେ ପୁରୁଷ ଆସିଷ୍ଟାଣ୍ଟ ସର୍ଜନ ଇନଚାର୍ଜ ଦାଇତ୍ୱ ରେ ରହିଥିବା ବେଳେ ଆଉ ବଳକା ଚାରି ଜଣ ଆସିଷ୍ଟାଣ୍ଟ ସର୍ଜନ କୁ ଦିବା ରାତ୍ରି ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ନିୟୋଜିତ କରାଯାଉଛି ।ରାତ୍ରି ସମୟରେ ଯେଉଁ ଡାକ୍ତର ରୋଗୀ ସେବା ଦାଇତ୍ୱ ରେ ରହୁଛନ୍ତି ।ସେ ମେଡ଼ିକାଲ ରେ ଥିବା ସ୍ୱତନ୍ତ୍ର କୋଠରୀ ରେ ଉପସ୍ଥିତ ରହିବା ପରିବର୍ତ୍ତେ ନିଜ ସରକାରୀ ବାସ ଭବନରେ ନିଦ୍ରା ରେ ରହିଥାନ୍ତି ।ଯାହାର ପାଳି ରାତ୍ରି ସମୟରେ ଡ୍ୟୁଟି ପଡ଼େ ସେହି ଡାକ୍ତର ଙ୍କ ତ କଚେ ପୁଅ ବାର ।ଯେଉଁ ରୋଗୀ ଜରୁରୀକାଳୀନ ସେବା ନିମନ୍ତେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଆନ୍ତି ଚିକିତ୍ସା ଦାଇତ୍ୱ ରେ ଥିବା ଡାକ୍ତର ନିଜ ସରକାରୀ ବାସଭବନରେ ଥାଆନ୍ତି ।ରୋଗୀ ର ସମ୍ପର୍କୀୟ ଯାଇ ଡାକିବାକୁ ପଡ଼ିଥାଏ ।ଏହି ତ ଗଲା ଏମିତି କଥା ।ଅନ୍ୟପକ୍ଷରେ କହିବାକୁ ଗଲେ ଯେଉଁ ରୋଗୀ ମାନେ ଅଧିକ ଚିକିତ୍ସା ନିମନ୍ତେ ଅନ୍ତର୍ବିଭାଗ ରେ ଆଡ଼ମିଶନ ହେଉଛନ୍ତି ସେମାନଙ୍କ ଅବସ୍ଥା ନକହିବା ଭଲ ,କାରଣ ଏଠି ଅନ୍ତର୍ବିଭାଗ ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ସେବା ନିମନ୍ତେ ତିନୋଟି ମହିଳା ସ୍ୱାସ୍ଥ୍ୟ କର୍ମୀ ଆଉ ଦୁଇ ଜଣ ନର୍ସିଂ ଅଫିସର ଙ୍କ ହାତରେ ଛାଡି ଦିଆଯାଇଛି ସେମାନଙ୍କ ପକ୍ଷରେ ଦିବାରାତ୍ରୀ ରୋଗୀ ମାନଙ୍କ ସେବା ଯୋଗାଇବାରେ ସମ୍ଭବ ହେଉନାହିଁ ।ତେଣୁ କରି ରୋଗୀ ସେବା ଯୋଗାଇବା ପାଇଁ ଅତନ୍ତ ଅଧିକ ଆଉ ଚାରି ଜଣ ଷ୍ଟାଫ ନର୍ସ ଙ୍କୁ ନିଯୁକ୍ତି କରିଲେ ଭଲ ସେବା ଯୋଗାଇ ପାରିବେ ବୋଲି ସାଧାରଣ ରେ ଦାବି ହେଉଛି ।ଏଠାରେ ବିଶେଷଜ୍ଞ କେହି ନଥିବାରୁ ରାମନାଗୁଡା ବ୍ଲକ ସମେତ ଆଖପାଖ ବ୍ଲକ ରେ ରୋଗୀ ମାନେ ଜିଲ୍ଲା ସଦର ମହକୁମା କିମ୍ବା ବ୍ରହ୍ମପୁର ବଡ଼ ମେଡ଼ିକାଲ ନହେଲେ ଆନ୍ଧ୍ରପ୍ରଦେଶ ପ୍ରାଇଭେଟ ମେଡ଼ିକାଲ ଉପରେ ନିର୍ଭର କରିଥାନ୍ତି । ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ପଦବୀ ଥାଇ ମଧ୍ୟ କୌଣସି ବି ଗୋଟିଏ ବିଶେଷଜ୍ଞ ଙ୍କୁ ନିଯୁକ୍ତି ଦେଇ ନଥିବାରୁ ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭର ବାତାବରଣ ସୃଷ୍ଟି ହୋଇଛି । ସେଥିପାଇଁ ରୋଗୀ ମାନଙ୍କୁ ଉଚିତ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଆକର୍ଷଣ କରି ବିଶେଷଜ୍ଞ ନିଯୁକ୍ତି କରିବାକୁ ସାଧାରଣ ରେ ଦାବି ହେଉଛି । ଏହି ଖବର ପ୍ରସାରଣ ପରେ ରାଜ୍ୟ ସରକାର କେତେ ତତ୍ପର ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟ ସଞୀବ୍ କୁମାର ଦାଶ

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed