May 14, 2026

ଉମରକୋଟ ଠାରେ ସଦନ ର ବିରୋଧି ଦଳ ର ନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ…….

IMG-20240704-WA0056
Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ୪/୭/୨୦୨୪ଗୁରୁବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଭାରତୀୟ ଜନତା ପାର୍ଟି ଯୁବମେର୍ଚା ତରଫରୁ ଏକ ରେଲି ବାହାରକରି ସହରର ମୂଖ୍ୟ ରାସ୍ତା ଗୁଲିପାଟଣା ଠାରେ କେନ୍ଦ୍ର ର ବିରୋଧ ଦଳର ନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।ଗତ ଜୁଲାଇ ୧ ତାରିଖ ଦିନ ବିପକ୍ଷ ଦଳର ନେତା ରାହୁଲ ଗାନ୍ଧୀ ହିନ୍ଦୁ ରାଷ୍ଟ୍ର ଭାରତ ଦେଶର ହିନ୍ଦୁ ମାନଙ୍କ ବିରୁଦ୍ଧରେ ଯେଉଁ ହିନ୍ଦୁ ହିଁଶ୍ରିକ,ନଫରତ,ଅସତ୍ୟ କଥା କହି ସମ୍ବିଧାନର ଆଇନ ଭଙ୍ଗ ମନ୍ତବ୍ୟ ଦେଇଛନ୍ତି ତାର ପ୍ରତିବାଦରେ ଆଜି ଉମରକୋଟ ଯୁବମେର୍ଚା ତରଫରୁ ଏକ ରେଲି ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ବିରୋଧରେ କୁଶପୁତ୍ତଳିକା ଦାହ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଯୁବ ମୋର୍ଚା ଉପ ସଭାପତି ମିଲୁ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଭାଜପା ର ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ,ନଗରମଣ୍ଡଳ ସଭାପତି ଗୋପୀନାଥ ସାହୁ,ସାଧାରଣ ସଂପାଦକ ପ୍ରଭାତ ନାୟକ,ଜିଲ୍ଲା ST ମୋର୍ଚା ଉପ ସଭାପତି ରମେଶ ଦାସ, ଏବଂ ଭାଜପା ର ପଦାଧିକାରୀ ନେତୃବୃନ୍ଦ ସହ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।