March 13, 2026

ଅସ୍ତରଙ୍ଗ ରେ ବିଶ୍ଵ ବନ୍ୟ ପ୍ରାଣୀ ଦିବସ ପାଳିତ

WhatsApp Image 2023-03-04 at 12.03.33
Share

 

ଅସ୍ତରଙ୍ଗ,ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ ଅଧୀନ ପାଟଳଦା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ,ଶୁକ୍ରବାର ଦିନ ବିଶ୍ବ ବନ୍ୟ ପ୍ରାଣୀ ଦିବସ , ୱାଲ୍ଡ଼ ୱାଇଲ୍ଡ ଲାଇଫ ଫଣ୍ଡ ତରଫରୁ ଶିକ୍ଷକ,ଛାତ୍ର ଛାତ୍ରୀ ,ଆଦି ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମହାସମାରୋହ ରେ ପାଳିତ ହୋଇ ଯାଇ ଅଛି। ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ୍ କରିବା ପରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ, ଡବଲୁ, ଡବଲୁ, ଏଫ, ର ସ୍ଵଛାସେବି ନାହିଦା ସବନମ ବନ୍ୟପ୍ରାଣୀ ସମ୍ପର୍କିତ ସୂଚନା ଦେବା ପରେ,ଛାତ୍ର ଛାତ୍ରୀ ଙ୍କ ଭିତରେ, ବନ୍ୟଜନ୍ତୁଙ୍କ ଉପରେ ଏକ ଡ୍ରଇଁ ପ୍ରତିଯୋଗିତା କରାଯାଇ ଥିଲା । ତାପରେ, ଏକ ଆଲୋଚନା ଚକ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କାମଦେବ ପ୍ରଧାନ,ଙ୍କ ସଭାପତିତ୍ବରେ ଆରମ୍ଭ କରାଯାଇ,ଜଙ୍ଗଲରେ ବନ୍ୟ ଜନ୍ତୁ ଙ୍କ ସୁରକ୍ଷା, ସମୁଦ୍ର ରେ ବସବାସ କରୁଥିବା ଅଲିଭ ରିଡ଼ଲେ କଇଁଚ ଅଣ୍ଡାଦାନ ଓ ସୁରକ୍ଷା, ସମୁଦ୍ର ରେ,ଟାପା ଓ ବୋଟ ଦ୍ବାରା ମାଛ ଧରା ପ୍ରଣାଳୀ ,ଜଙ୍ଗଲରେ ନିଆଁ ଲାଗିଲେ ତାର ନିରା କରଣ,ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷା ଆଦି ଉପରେ,ପୁରୀ ଜଲ୍ଲା ର ଅବୈତନିକ ବନପ୍ରାଣୀ ତତ୍ଵାଧାରକ ତଥା ପରିବେଶବିତ ଶୋଭାକାର ବେହେରା ନିଜ ବ୍ୟକ୍ତବ୍ୟ ରେ ପ୍ରକାଶ କରିଥିଲେ । ଆଉଦିନକୁ ଦିନ ଲୋପ ପାଉଥିବା ବନ୍ୟ ଜନ୍ତୁ ଙ୍କ ବଂଶ କିପରି ବୃଦ୍ଧି ପାଇବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ,ଓ ନାହିଦା ସବ ନମ,ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତ୍ତିତୋ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ,ସବୁଜ ଜୀବନ ଗ୍ରାମ୍ୟ ସଂସ୍ଥା ତରଫରୁ ପରିବେଶ ଭିତ୍ତିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇ ଥିଲା ବେଳେ, ଏହିସବୁ କାର୍ଯ୍ୟକ୍ରମକୁ ବିଷ୍ଣୁ ଚରଣ ବିଶ୍ଵାଳ,ପବିତ୍ର ବିଶ୍ଵାଳ,ଶିକ୍ଷକ ସନାତନ ମଲିକ , ଗୀତାଞ୍ଜଳୀ ବାରିକ ଆଦି ପରିଚାଳନା କରିଥିଲେ ।

ଦୁଃଶାସନ ନାୟକ, ଅସ୍ତରଙ୍ଗ ।