October 6, 2024

ଗଜପତି:- ଭାରତ ସରକାରଙ୍କ ତିନୋଟି ନୂତନ କ୍ରିମିନାଲ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ ।

Share

ଭାରତ ସରକାରଙ୍କ ପକ୍ଷରୁ ୩ ଟି ନୂତନ ଅପରାଧିକ ଆଇନ ଅଣାଯାଇଛି । ବ୍ରିଟିଶ ଅମଳରୁ ଚଳି ଆସୁଥିବା ଆଇନ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡ଼ି ଏବେ ତାହାର ସ୍ଥାନ ନେଇଛି ସମ୍ପୂର୍ଣ ନୂତନ ସ୍ୱଦେଶୀ ନ୍ୟାୟ ବ୍ୟବସ୍ଥା । ଏହି ୩ଟି ନୂତନ ଅପରାଧିକ ଆଇନ ହେଉଛି (୧):- ଭାରତୀୟ ନ୍ୟାୟ ସଂହିତା (୨):- ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ(୩):- ଭାରତୀୟ ସାକ୍ଷ୍ୟ ଅଧିନିୟମ ।ଏହି ୩ଟି ନୂତନ ଅପରାଧିକ ଆଇନ ଅଣାଯାଇ ଆଜି ଜୁଲାଇ ପହିଲାରୁ ଭାରତ ସରକାରଙ୍କ ପକ୍ଷରୁ ଦେଶରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବାକୁ ଯାଉଛି । ଏହି ନୂତନ ଆଇନ ଲାଗୁ ହେବା ଫଳରେ ଦେଶରେ ଏକ ସମାନ ନ୍ୟାୟ ପ୍ରଣାଳୀ ସୁନିଶ୍ଚିତ କରିବା ସହ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ବେଶ୍ ସହାୟକ ହେବ ।
ଏହି ଅବସରରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଦର୍ଶ ଥାନା ସହଯୋଗରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ନୂତନ ଆଇନକୁ ନେଇ ଗଜପତି ଜିଲ୍ଲାର ସାଧାରଣ ନାଗରିକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି ।
ଆସନ୍ତା ଜୁଲାଇ ମାସ ପହିଲାରୁ ଦେଶରେ ବ୍ରିଟିଶ ଅମଳରୁ ରହିଥିବା ଅପରାଧିକ ଆଇନ ବଦଳରେ ଦେଶରେ ନୂତନ ୩ଟି ଆଇନ ଯଥା:-(୧): ଭାରତୀୟ ନ୍ୟାୟ ସଂହିତା (୨): ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ (୩): ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଇନ ଅଣାଯାଇ ଲାଗୁ ହେବ ।
ଏହି ଆଇନ ଗୁଡ଼ିକୁ ମୁଖ୍ୟତଃ ଆଇପିସି(୧୮୬୦) , ସିଆରପିସି(୧୯୭୩) ଏବଂ ଏଭିଡେନ୍ସ ଆକ୍ଟ(୧୮୭୨) ସ୍ଥାନରେ ଅଣାଯାଇଛି ।
ଆଦର୍ଶ ଥାନା ଇନ୍ସପେକ୍ଟର ଇନଚାର୍ଜ୍ ଶ୍ରୀ ପ୍ରଶାନ୍ତ କୁମାର ଭୂପତି କାର୍ଯ୍ୟକ୍ରମ ସଞ୍ଚାଳନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଆଜିଠାରୁ ପ୍ରତ୍ୟେକ ଥାନାରେ ଏହି ନୂତନ ୩ ଟି ଅପରାଧିକ ଆଇନ କାର୍ଯ୍ୟକାରୀ ହେଉଥିବା କହି। ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସରକାରୀ ଓକିଲ ଶ୍ରୀ ବୃନ୍ଦାବନ ନାୟକ , ଡିଏସପି: ଶ୍ରୀ ଆଲୋକ ରଞ୍ଜନ ରାୟ , ବାର ସଂଘ ସଭାପତି ଶ୍ରୀ ସ୍ୱରୂପ ପାଳ ଏବଂ ବରିଷ୍ଠ ଓକିଲ ଶ୍ରୀ ହୀରାଚାନ୍ଦ ପ୍ରମୁଖ ମଞ୍ଚାସିନ ତଥା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଅତିଥି ମାନେ ମୁଖ୍ୟତଃ ଏହି ନୂତନ ୩ଟି ଅପରାଧିକ ଆଇନ ଲାଗୁ ହେବା ଫଳରେ ଦେଶର ନ୍ୟାୟ ପ୍ରଣାଳୀକୁ ସୁନିଶ୍ଚିତ କରିବ। ଏହାଦ୍ବାରା ସାଧାରଣ ଲୋକେ ନ୍ୟାୟ ପାଇବା କ୍ଷେତ୍ରରେ ବେଶ୍ ଉପକୃତ ହେବେ , ଯାହାକି , ମାମଲା ଗୁଡ଼ିକର ତ୍ୱରିତ ରଫାଦଫା ହେବ ।
ଏହି ନୂତନ ୩ ଟି ଆଇନରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହେଉଥିବାପରାଧିକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ସହ ଏହି ଆଇନ କାର୍ଯ୍ୟକାରୀ ହେବା ଦ୍ବାରା ଦେଶର ନ୍ୟାୟ ପ୍ରଣାଳୀ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଆଧୁନିକ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ପରିଣତ ହେବ । ଏହି ନୂତନ ଆଇନରେ ପ୍ରାସଙ୍ଗିକତା ଅନୁସାରେ ବିଭିନ୍ନ ଧାରା ଯୋଡ଼ାଯାଇଛି , ଏମିତିକି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଅନେକ ଧାରାକୁ ହଟାଇ ପରିବର୍ତ୍ତନ କରାଯାଇଛି । ଯାହାକି ଏହି ୩ ଟି ନୂଆ ଆଇନ ଆମ ଦେଶର ସମଗ୍ର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଭାରତୀୟ ଭାବନାକୁ ପ୍ରତିଫଳିତ କରିବାରେ ସହାୟକ ହେବ । ଏଥିରେ ମୁଖ୍ୟତଃ ଦଣ୍ଡ ବଦଳରେ ନ୍ୟାୟ ବିଳମ୍ବ ପରିବର୍ତ୍ତେ ତ୍ୱରିତ ବିଚାର ଓ ଶୀଘ୍ର ନ୍ୟାୟ ଏବଂ ପୀଡ଼ିତାଙ୍କ ଅଧିକାର ସୁରକ୍ଷାକୁ ଅଧିକ ପ୍ରାଥମିକତା ଦିଆଯାଇଛି ଏବଂ ଏଥିରେ ରହିଥିବା ଅନେକ ବ୍ୟବସ୍ଥାରେ ଦେଶର ନାଗରିକଙ୍କ ପାଇଁ ବେଶ୍ ଲାଭଦାୟକ ହେବ ବୋଲି କହି ୩ଟି ନୂତନ ଅପରାଧିକ ଆଇନର ବିଭିନ୍ନ ଦିଗ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଏ ସମ୍ପର୍କରେ ଆଦର୍ଶ ଥାନାର ଇନ୍ସପେକ୍ଟର ଶ୍ରୀ ପ୍ରଶାନ୍ତ ଭୂପତି ତାଙ୍କ ପ୍ରତିକ୍ରିୟାରେ ସେ ଏହି ଆଇନ ମାନଙ୍କରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ,ଯାହାକି ନ୍ୟାୟିକ କ୍ଷେତ୍ରରେ ସେମାନେ ବେଶ୍ ଉପକୃତ ହେବେ । ଆଜିଠାରୁ ଥାନାକୁ ଯାହାମଧ୍ୟ କେଶ ଆସିବ , ସେସବୁ ନୂତନ ଆଇନ ପ୍ରକାରେ କାର୍ଯ୍ୟକାରୀ ହେବ । ଅପରାଧିକ ମାମଲାରେ ପୋଲିସ ର ଯେଉଁ ତଦନ୍ତ ପ୍ରକ୍ରିୟା ଥିଲା ସେଥିରେ ବ୍ୟାପକ ପରିବର୍ତ୍ତନ ହେବା ସହ ମହିଳା ଓ ଶିଶୁ ସୁରକ୍ଷା ଓ ବିଭିନ୍ନ କ୍ରାଇମ୍ ଉପରେ ଯଥେଷ୍ଟ ଗୁରୁତ୍ବ ଦିଆଯାଇ ଦଣ୍ଡବିଧି ଆଇନକୁ ମଧ୍ୟ ଅଧିକ କଡାକଡି କରାଯାଇଛି ବୋଲି କହିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————