October 6, 2024

ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟୟ ସ୍ବାସ୍ଥ୍ୟ ସେବା , ନିଦାବିଷ୍ଣୁ ସାଜିଛି ପ୍ରଶାସନ ..

Share


ଗୁଣପୁର :-(ସୁରେନ୍ଦ୍ର ମହାନ୍ତି )କଥାରେ ଅଛି କିନ୍ତୁ ଉପାନ୍ତ ଅଞ୍ଚଳବାସୀ ଏହି ମୈଳିକ ସୁବିଧା ପାଇବାରୁ ବଞ୍ଚିତ । ବାରମ୍ବାର ଗୁହାରି ପରେଵି ଶୁଣୁନାହିଁ ପ୍ରଶାସନ । ଏପରି ଏକ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଅଞ୍ଚଳ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଖଇରାଗୁଡା , ମେରେଣ୍ଡ , ଚାକୁଣ୍ଡା , ବୁରୁଡି , ଢିପଗାଁ , ଡୁନାମା , ଦୋକେଡେପଙ୍ଗା ଆଦି ଗ୍ରାମରେ । ଗତ ନଭେମ୍ବର ମାସରୁ ସ୍ବାସ୍ଥ୍ୟ କର୍ମୀ ବଦଳି ହୋଇଥିଲେ ମଧ୍ୟ , ଦିର୍ଘ ନଅ ମାସ ହେଲା ଆଶାକର୍ମୀ ହାତରେ ଅଞ୍ଚଳର ସ୍ବାସ୍ଥ୍ୟ ସେବା ଟେକିଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ସ୍ବାସ୍ଥ୍ୟ ବିଭାଗ । ଅଞ୍ଚଳର ପ୍ରାୟ ୧୫ ଜଣ ଗର୍ଭବତୀ , ଛୋଟ ଛୁଆ ଦିର୍ଘ ୯ ମାସ ହେଲା କୈାଣସି ଟିକା ପାଇନଥିବା ବେଳେ , ପ୍ରସୁତି ଓ ରୋଗି ମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି ଆଶାକର୍ମୀ । ଏଯାଏଁ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଇ ପାରିନାହିଁ ଆଇନର ଓ କ୍ୟାଲସିୟମ ବଟିକା । ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ , ଗର୍ଭବତୀ , ପ୍ରସୁତି ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଶିଶୁ ବିଭାଗ (ଅଙ୍ଗନୱ।ଡି) ଓ ସ୍ବାସ୍ଥ୍ୟ ବିଭାଗ କରୁଛି କ’ଣ ? ଦିର୍ଘ ନଅ ମାସ ହେଲା ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ଅପାରଗତା ସ୍ବଷ୍ଟ ଵାରି ହୋଇ ପଡ଼ୁଛି । ଵା ବା ରେ ସ୍ବାସ୍ଥ୍ୟ ବିଭାଗ । ତେବେ ଏହି ଅସହାୟ ଜନତାଙ୍କ ପ୍ରତି ସରକାର କେବେ ସହାୟ ହେଉଛନ୍ତି ଦେଖିବାକୁ ବାକି ରହିଲା ।