April 30, 2026

ଗଣଶିକ୍ଷା ମନ୍ତ୍ରୀଙ୍କ ବୁଦ୍ଧିଜୀବୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା………..

IMG-20240629-WA0004
Share

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ଉମରକୋଟ ହୋଟେଲ ଏସ.ଏସ.ଠାରେ ଗୁରୁବାର ଦିନ ଗଣଶିକ୍ଷା ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଆହ୍ବାନ ରେ ଏକ ବୁଦ୍ଧି ଜିବି ସମ୍ମିଳନୀ ହୋଇଥିଲା ଏହି ସମ୍ମିଳନୀ ରେ ନଗର ର ସମସ୍ତ ବୁଦ୍ଧି ଜିବି ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ଉମରକୋଟ ଭାରତୀୟ ଜନତା ପାର୍ଟି ତରଫରୁ ।ମାନ୍ୟବର ମନ୍ତ୍ରୀ ଓଡିଶା ସରକାର ଗଣଶିକ୍ଷା,ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ବୁଦ୍ଧି ଜିବି ଙ୍କୁ ଉତ୍ତରିୟ ପ୍ରଦାନ ପୂର୍ବକ ସନ୍ମାନିତ କରି ତାଙ୍କ ଠାରୁ ମାର୍ଗଦର୍ଶନ ଓ ପ୍ରେରଣା ଆଶା କରି ଏହି ବୌଠକ ଡାକିଥିଲେ । ଏହି ବୌଠକ ରେ ଉମରକୋଟ ଅଞ୍ଚଳର ଜଣା ସୁଣା ପ୍ରତିଷ୍ଠିତ ବୁଦ୍ଧି ଜିବି ଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏହି ବୌଠକ ରେ ମାନ୍ୟବର ମନ୍ତ୍ରୀ ଜିଲ୍ଲା ଓ ଅଞ୍ଚଳର ପ୍ରାଥମିକ,ମାଧ୍ୟମିକ ଶିକ୍ଷାଭିତ୍ତିକ ବିକାଶ,ଶିକ୍ଷକଙ୍କ ଅଭାବ,ଆବଶ୍ୟକ ଭିତ୍ତିଭୂମି କିପରି କରାଯିବ, ଜିଲ୍ଲା ରେ ରେଳ ଲାଇନ୍,ବାଇପାସ୍ ରାସ୍ତା,ସୌନ୍ଦର୍ଯ୍ୟ କରଣ,ଲେଣ୍ଡ୍ ସେଟେଲମେଣ୍ଟ,ତାସତ୍ବେ କିଛି ବରିଷ୍ଠ ନାଗରିକ ଏଠାରେ କେନ୍ଦ୍ରିୟ ବିଦ୍ୟାଳୟ,ରାସ୍ତାର ଟ୍ରାଫିକ୍ ସମସ୍ୟା, ଜିଲ୍ଲାଭିତ୍ତିକ ନିଯୁକ୍ତି, ମକା କାରଖାନା,ମେଡିକାଲ କଲେଜ ଏଭଳି ବିଭିନ୍ନ ପ୍ରସ୍ତାବ ରଖିଥିଲେ ।ଏହି ବୌଠକ ରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ସନ୍ମାନିତ ଅତିଥି ରୂପେ ଜୟଦେବ କୁମାର ପରିଡା, ଉମେଶ ଚନ୍ଦ୍ର ଭୁକ୍ତା,ବିଘ୍ନ ରାଜ ସାମନ୍ତରାୟ,ପି ରାବଣା ରାଓ,ମଞ୍ଚାସିନ ହୋଇ ମାନ୍ୟବର ମନ୍ତ୍ରୀ ଙ୍କୁ ମାର୍ଗଦର୍ଶନ କରାଇବା ସହ ସମୁଖ ରେ ଅନ୍ୟ ସମସ୍ତ ନାଗରିକ ଉପବିଷ୍ଟ ଥିଲେ ସମସ୍ତେ କଛି କଛି ନିଜର ମତାମତ ଦେବା ସହ ସାଥିରେ ବହୁ ବି ଜେ ପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ ମଞ୍ଚ ପରିଚାଳନା କରିଥିଲେ ।

You may have missed