ପୁରୀଜିଲ୍ଲା ରାଜ୍ୟ ଡ୍ରାଇଭର ମହାସଂଘର ବନ୍ଧୁମିଳନ ଉର୍ତ୍ସବ ଧୂମଧାମର ସହିତ ପାଳନ କରାଯାଇଛି ..

IMG-20240626-WA0004
Share

ଆଜି ପୁରୀସଦର ଟାଉନ କମିଟିର ସଭାପତି ପପୁ ମିଶ୍ରଙ୍କ ଅଧକ୍ଷତା ରେ ରାଜ୍ୟ ଡ୍ରାଇଭର ସଙ୍ଘର ସଦସ୍ୟମାନେ ଦିଗବାରେଣୀ ଖୁଣ୍ଟି ନିକଟରୁ ଏକ ବାଇକ ଶୋଭାଯାତ୍ରା ରେ ବାହାରି ଷ୍ଟେସନ ବଡଦାଣ୍ଡ ହୋଇ କାଠପୋଲ ନିକଟ ପୁରୀଜିଲ୍ଲା ରାଜ୍ୟ ଡ୍ରାଇଭର ମହାସଂଘ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ l ସେଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାପତି ଅଜୁ ଭାଇ, ସମ୍ମାନିତ ଅତିଥିଭାବେ ରାଜ୍ୟ ସମ୍ପାଦକ ଚୈତନ୍ୟ ପ୍ରଧାନ, କୋଷାଧକ୍ଷ ଆଦିତ୍ୟ ପ୍ରସାଦ ବେହେରା ଯୋଗ ଦେଇଥିଲେ l ପରେପରେ ଜିଲ୍ଲାର ସମସ୍ତ ଡ୍ରାଇଭର ମାନଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପପୁ ମିଶ୍ରଙ୍କ ସହିତ ସମ୍ପାଦକ ସନ୍ତୋଷ ବେହେରା, ଗଣେଶ ମହାନ୍ତି ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed