September 29, 2024

ପ୍ରକୃତି ବନ୍ଧୁ ଶିକ୍ଷକ ଦ୍ଵିତୀକୃଷ୍ଣ ଙ୍କ ନିଆରା ଜନ୍ମଦିନ ପାଳନ …

Share

ଭଂଜନଗର / ବେଲଗୁଣ୍ଠା, ତା,25
ଜୁନ୍: ଆଜି

ଜୁନ ପବିତ୍ର ଆଷାଢ଼ ମାସର ଶୁଭାରମ୍ଭ ତଥା ସଂଯୁକ୍ତ ରାଷ୍ଟ୍ର ଲୋକ ସେବା ଆୟୋଗ ଦିବସ ଏବଂ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପବିତ୍ର ବଳିଦାନ ଦିବସର ପୂଣ୍ୟତିଥି। ଏହି ପବିତ୍ର ଦିବସ ପ୍ରକୃତି ବନ୍ଧୁ ଶିକ୍ଷକ ତଥା ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଶୁଭ ଜନ୍ମଦିନ। ନିଜର ଜନ୍ମ ଦିନ କୁ ଅତି ନିଆରା ଭାବେ ପାଳନ କରିଛନ୍ତି ଏହି ପରିବେଶ ପ୍ରେମୀ ତଥା ପ୍ରକୃତି ବନ୍ଧୁ ସମ୍ମାନୀତ ବିଜ୍ଞାନ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା। ନିଜର ଜନ୍ମ ଦିନ କୁ ସ୍ମରଣୀୟ କରିବା ନିମନ୍ତେ ଆଜି ଭଂଜନଗର ସାମ୍ବାଦିକ ସଂଘ ” କବି ସମ୍ରାଟ ମିଡ଼ିଆ କ୍ଲବ୍ ” ଦ୍ଵାରା ଆୟୋଜିତ ବିଶାଳ ରକ୍ତ ଦାନ ଶିବିର ରେ ରକ୍ତ ଦାନ କରିବା ସହିତ ନିଜର ଅଙ୍ଗ ଦାନ କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି। ମୃତ୍ୟୁ ପରେ ନିଜ ଶରୀରକୁ ଭାରତ ସରକାରଙ୍କର ମେଡ଼ିକାଲ କଲେଜ ଆନାଟୋମି ବିଭାଗ ପାଠ୍ୟକ୍ରମ ରେ ଅଧ୍ୟୟନ ଓ ଅନ୍ୟ ବ୍ୟକ୍ତି ଙ୍କ ଶରୀରରେ ଅଙ୍ଗ ପ୍ରତିରୋପଣ କରିବା ପାଇଁ ଶପଥ ପାଠ ପତ୍ର ପୂରଣ କରିଛନ୍ତି। ଏଥି ସହିତ ନିଜର ଜନ୍ମ ଦିନ କୁ ଅଧିକ ସରସ ସୁନ୍ଦର କରିବା ପାଇଁ ଲାଲସିଂ କ୍ଲଷ୍ଟର ସିଆରସିସି ଅଧିନସ୍ଥ ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପରିଡ଼ା ଓ କର୍ମଚାରୀ ଧୀର ଗୈାଡ ଙ୍କ ସହାୟତାରେ ବଉଳକୋଳି ବୃକ୍ଷ ଚାରା ରୋପଣ କରିଛନ୍ତି।
ରକ୍ତ ଦାନ ମହାପୁଣ୍ୟ ଓ ରକ୍ତ ଦାନ ଜୀବନ ଦାନ। ମାନବିକତା ପରମ ଧର୍ମ, ମଣିଷ ପଣିଆ ଶ୍ରେଷ୍ଠ ଆଚରଣ । ଆଜିର ଦିନରେ ରକ୍ତ ହୀନତା ଜନିତ ରୋଗୀ, ମାତୃତ୍ଵ ଲାଭ କରୁଥିବା ମହିଳା, ଜୀବନର ଅପରାହ୍ନରେ ଉପନୀତ ବ୍ୟକ୍ତି ଓ ଅପ୍ରତ୍ୟାଶିତ ଦୁର୍ଘଟଣା ର ଶିକାର ହେଉଥିବା ବ୍ୟକ୍ତି ମାନଙ୍କ ପାଇଁ ରକ୍ତର ଆବଶ୍ୟକତା କୁ ଅନୁଭବ କରି ତଥା ଅତୀତରେ ନିଜ ପରିବାରର ସଦସ୍ୟଙ୍କୁ ଦେବଦୂତ ସାଜି ଅନ୍ୟମାନେ ରକ୍ତ ଦାନ କରିଥିବା ୠଣ ମୁକ୍ତ ତଥା ଅନ୍ୟକୁ ସାହାଯ୍ୟ କରିବା ପାଇଁ ଚିନ୍ତା ଓ ହୃଦୟଙ୍ଗମ କରି
ଏହି ଶିକ୍ଷକ ବନ୍ଧୁ ନିଜର ଜନ୍ମ ଦିନ ରେ ରକ୍ତ ଦାନ କରିବା ସହିତ ନିଜର ଅଙ୍ଗ ଦାନ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।
ବୃକ୍ଷ ହିଁ ଜୀବନ। ବୃକ୍ଷ ବିନା ଏ ସାରା ସଂସାର ତିଷ୍ଠି ରହିବା ଅସମ୍ଭବ। ବୃକ୍ଷ ରୋପଣ ମହତ୍ କାର୍ଯ୍ୟ। ବୃକ୍ଷ ରୋପଣ ସର୍ବଶ୍ରେଷ୍ଠ ଧର୍ମ। ଆଜି ଭଳି ଏକ ପବିତ୍ର ତଥା ମହାନ୍ ଦିନରେ ରକ୍ତ ଦାନ, ଅଙ୍ଗଦାନ ତଥା ବୃକ୍ଷ ଚାରା ରୋପଣ ଭଳି ମହତ୍ କାର୍ଯ୍ୟ କରିଥିବାରୁ ଏହି ଶିକ୍ଷକ ବନ୍ଧୁ ନିଜର ଖୁସୀ ବ୍ୟକ୍ତ କରିବା ସହିତ ଗର୍ବ ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ଏହି ପବିତ୍ର ଦିନରେ ମହତ୍ କାର୍ଯ୍ୟ କରିଥିବାରୁ ସବୁ ସ୍ତରରେ ଓ ମହଲରେ ସ୍ଵାଗତ କରାଯାଉଛି।
ପ୍ରକାଶ ଥାଉକି ଶିକ୍ଷକ ଦ୍ଵିତୀକୃଷ୍ଣ କରୋନା ଲକଡାଉନ୍ ସମୟରେ ଆସ୍କା ବ୍ଲକ ତଥା ଆସ୍କା ନିର୍ବାଚନ ମଣ୍ଡଳୀର ଭେଟନଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ବୃକ୍ଷ ରୋପଣ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଓ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ପୁରସ୍କାର ପାଇଥିଲେ। ସେହିପରି ଇଣ୍ଟରନେସନାଲ ଗ୍ରୀନ ଆର୍ମି ପକ୍ଷରୁ ଗ୍ରୀନ୍ କମାଣ୍ଡେଣ୍ଟ, ଓ୍ଵାରଲ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରାଇଡ୍ ଅଫ୍ ଓଡ଼ିଶା, ହ୍ୟୁମାନ ରାଇଟସ୍ ସଂସ୍ଥା ଦ୍ୱାରା ଗ୍ରୀନ୍ ମ୍ୟାନ୍ ଓ ଗୋପାଳପୁର ଟାଟା ଷ୍ଟିଲ ଓ ଗଂଜାମ ଜିଲ୍ଲାପାଳ ଙ୍କ ଠାରୁ କ୍ଲାଇମେଟ୍ ରେଜିଲିୟାନ୍ସ କାର୍ଯ୍ୟକ୍ରମ ରେ ସମ୍ମାନିତ ଏବଂ ବ୍ରହ୍ମପୁର ଶୁଭଚିନ୍ତକ ଚାରିଟେବୁଲ ତରଫରୁ ସବୁଜ ସାରଥି ରୂପେ ସମ୍ମାନୀତ ହୋଇଛନ୍ତି। ଆଗକୁ ସମାଜସେବା ଓ ଆନୁଷ୍ଠାନିକ କାର୍ଯ୍ୟ ଜାରୀ ରଖିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସମାଜ ସେବା
କ୍ଷେତ୍ରରେ ତାଙ୍କର
ଉଲ୍ଲେଖନୀୟ ଓ ପ୍ରଶଂସନୀୟ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ, ପ୍ରେରଣା ଓ ବାର୍ତ୍ତା ବହନ କରେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ