April 26, 2026

ସେଞ୍ଚୁରିଅନରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ..

IMG-20240625-WA0018
Share

ରାୟଗଡ଼ା : ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ଡ଼ଃ ରାଜେଶ କୁମାର ପାଢ଼ୀ, ଫାର୍ମାସୀ ବିଭାଗର ଅଧକ୍ଷ ଚନ୍ଦ୍ରଶେଖର ପାତ୍ର ଓ ନର୍ସିଂ ବିଭାଗର ଅଧକ୍ଷ କେ.ଉର୍ମିଳା ପ୍ରମୁଖ ମଞ୍ଚାସିନ ଥିଲେ। ମଞ୍ଚାସିନ ସମସ୍ତ ଅତିଥି ଗଣ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଏହି ଶପଥ ଗ୍ରହଣ ସମାରୋହରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ନର୍ସିଂ ବିଭାଗରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସଠିକ୍ ଭାବେ ଓ ସଠିକ୍ ସମୟରେ ନିଜ ଦାୟିତ୍ଵ ସମ୍ପାଦନ କରିବା ସହ ରୋଗୀସେବା ପାଇଁ ସଂପୂର୍ଣ୍ଣ ଭାବେ ନିଜକୁ ସମର୍ପଣ କରିବା ନେଇ ମହମବତୀ ଜାଳି ଶପଥ ପାଠ କରଥିଲେ l ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ଡ଼ଃ ରାଜେଶ କୁମାର ପାଢ଼ୀ ନିଜ ଅଭିଭାଷଣରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ନର୍ସିଂ ବିଭାଗର ଅଧକ୍ଷ କେ.ଉର୍ମିଳା ସାମାଜିକ ସଂସ୍କାରକ, ପରିସଂଖ୍ୟାନ ଏବଂ ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲେଙ୍କ ସଫଳତା ଓ ଜୀବନ ଶୈଳି ସମ୍ପର୍କରେ ଆଲକପାତ କରିଥଲେ। ଶେଷରେ ମଞ୍ଚାସିନ ସମସ୍ତ ଅତିଥିଙ୍କୁ ଉପଢକନ ଓ ବୃକ୍ଷ ପ୍ରଦାନ କରି ସମ୍ଭର୍ଦ୍ଧନ କରାଯାଇଥିଲା । ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ପ୍ରଥମ ଥର ପାଇଁ ଏଭଳି ଅନୁଷ୍ଠିତ ହେଉଥିବା ବେଳେ କାର୍ଯ୍ୟକ୍ରମରେ ଉକ୍ତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ