March 11, 2026

ଓଡ଼ିଶା ଲଳିତ କଳା ଏକାଡେମୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ସ୍ଥିତ…..

IMG-20240623-WA0000
Share

ଓଡ଼ିଶା ଲଳିତ କଳା ଏକାଡେମୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ସ୍ଥିତ ଓଡିଶା ଲଳିତ କଳା ଏକାଡେମୀର ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀରେ “ଶ୍ରୀ ଜଗନ୍ନାଥ” ସଂସ୍କୃତି ଓ ପରମ୍ପରା ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇ ଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତ ବିଶ୍ଵ ବିଦ୍ୟାଳୟର ଅଧ୍ୟାପକ ପ୍ରସନ୍ନ କୁମାର ସ୍ୱାଇଁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ବିନୋଦ ମହାରଣା,ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ ଦେବାନନ୍ଦ ବାରିଆ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଏହି ଚିତ୍ରକଳା କାର୍ଯ୍ୟକ୍ରମରେ ପ୍ରାୟ ୩୦ ରୁ ଉର୍ଦ୍ଧ ଚିତ୍ର ଦେଖିବାକୁ ମିଳିଥିଲା ।ମହାପ୍ରଭୁ ଙ୍କ ବିଭିନ୍ନ ବେଶକୁ ଏଥିରେ ଦୃଶ୍ୟମାନ ହୋଇଚି ବୋଲି ମୁଖ୍ୟ ଅତିଥି ପରିପ୍ରକାଶ କରିଛନ୍ତି ।ସମସ୍ତ କାର୍ଯ୍ୟକ୍ରମକୁ ଲଳିତ କଳା ଏକାଡେମୀ ର ପରିଚାଳକ ସତ୍ୟ ପାଢ଼ୀ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ