April 29, 2026

କୋଟପାଡ଼ ଜଗନ୍ନାଥ ମନ୍ଦିର ରେ ସ୍ନାନ ପୁର୍ଣିମା

IMG-20240622-WA0026
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଜଗନ୍ନାଥ ମନ୍ଦିରରେ ସ୍ନାନ ପୁର୍ଣିମା ମହା ଆଡମ୍ବର ସହ ସମାପ୍ତ ହୋଇଯାଇଛି. ଏହି ଅବସରରେ ପ୍ରାତଃ କାଳ ରେ ଠାକୁରଙ୍କ ଅବକାଶ. ମଙ୍ଗଳ ଆଳୋତୀ. ମଇଲୋମ. ତୋଡପ ଲାଗି.ଆଦି କାର୍ଯକ୍ରମ ସାଙ୍ଗକୁ ଛେରା ପହଂରା ସହ ଠାକୁରଙ୍କ ପହଣ୍ଡି ବିଜେ କରି ଦେବ ସ୍ନାନ ମଣ୍ଡପ କୁ ନିଆଯାଇଥିଲା ସେଠାରେ ପୁରଶୋଷିତ ମିନ୍ତ୍ର ରେ ସ୍ନାନ ଵିଧି ସମ୍ପନ୍ନ ପରେ ଠାକୁର ଗଜାନନ ବେଶ ଧାରଣ କରିଥିଲେ I ଏହାପରେ 108ଆଲତି ନୀତି ପୂଜାପାଠ ଓ ସଙ୍କୁଡ଼ି ଭୋଗ କାର୍ଯକ୍ରମ ଯଥା ରୀତି ନୀତି ପ୍ରକାରେ ଅନୁଷ୍ଠିତ ପରେ ତିନିଠାକୁର ଅଣସର ଘରକୁ ବିଜେ କରିଥିଲେ. ସେବାୟତ ଶ୍ରୀ ଶେଖର ଚନ୍ଦ୍ର ଦାସ. କିଶୋର ଚନ୍ଦ୍ର ମିଶ୍ର. ସଞ୍ଜୟ ପ୍ରହରାଜ. ରାଜେଶ ଅଧିକାରୀ. କିରଣ ମିଶ୍ର,ପ୍ରମୁଖ ପୂଜାପାଠ କାର୍ଯ୍ୟ ସମ୍ପାଦନ କରିଥିଲେ I ଠାକୁରଙ୍କ 108ଜଳ ଲାଗି ଏବଂ ଗଜାନନ ବେଶ ଦର୍ଶନ ଲାଗି ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହିଥିଲା କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା I

You may have missed