April 29, 2026

ମହାପ୍ରଭୁଙ୍କର ଇଏ କି ପରୀକ୍ଷା,କହି କାନ୍ଦିପକାଇଲେ ପ୍ରତିବର୍ଷ ସ୍ନାନପୂର୍ଣମୀରେ ମହାପ୍ରଭୁଙ୍କ ପାଇଁ ପଦ୍ମଫୁଲ ଦେଉଥିବା ଭକ୍ତ ଶ୍ରୀଧର ସାହୁ l

IMG-20240622-WA0023
Share

ମହାପ୍ରଭୁଙ୍କ ପାଇଁ ତୁଳସୀ ବଗିଚା କରି ପ୍ରତିଦିନ ମହାପ୍ରଭୁଙ୍କୁ ତୁଳସୀ ଯୋଗେଇ ଆସୁଥିବା ଭକ୍ତ ଚୁଡ଼ଙ୍ଗସାହିର ଶ୍ରୀଧର ସାହୁ ପାଞ୍ଚବର୍ଷ ହେବ ପ୍ରତିବର୍ଷ ସ୍ନାନପୂର୍ଣ୍ଣମୀରେ ପାଞ୍ଚହଜାର ପଦ୍ମଫୁଲ ମହାପ୍ରଭୁଙ୍କ ପାଇଁ ଅର୍ପଣ କରି ଆସୁଛନ୍ତି l ଚଳିତ ବର୍ଷ ଶ୍ରୀଧର ମହାପ୍ରଭୁଙ୍କ ସେବାପାଇଁ ପଦ୍ମଫୁଲ ଦେବାପାଇଁ ଫୁଲ ଯୋଗାଉଥିବା ବ୍ୟକ୍ତିଙ୍କୁ ଫୋନ କରିବା ବେଳେ ମୋବାଇଲ ନମ୍ବର ପାଇନଥିଲେ ପରେପରେ ସେହି ଫୁଲ ଯୋଗାଉଥିବା ବ୍ୟକ୍ତି ଜଣକ ଶ୍ରୀଧରଙ୍କୁ କଲ କରି ପଦ୍ମଫୁଲ ପହଞ୍ଚାଇବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ ଏହାପରେ ଶ୍ରୀଧର ଖୁସି ହୋଇଯାଇଥିଲେ l ତା କିଛି ସମୟପରେ ଶ୍ରୀଧରଙ୍କ ଝିଅର ଶରୀର ଅସୁସ୍ଥ ହେବା ହେତୁ ଶ୍ରୀଧର ପୁରୀ ବଡଡାକ୍ତରଖାନା ରେ ଝିଅକୁ ଆଡ଼ମିସନ କରାଇଥିଲେ l ଆଜି ମହାପ୍ରଭୁଙ୍କ ପାଇଁ ପଦ୍ମଫୁଲ ମୁଣ୍ଡାଇ ଗଲାବେଳେ କୋହଭରା କଣ୍ଠରେ, ମହାପ୍ରଭୁଙ୍କର ଇଏ କି ପରୀକ୍ଷା ବୋଲି କହି କାନ୍ଦିପକାଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed